Advertisment

ନୂଆଦିଲ୍ଲୀ: ଅମୁଲ କ୍ଷୀରର ମୂଲ୍ୟ ହ୍ରାସ ପାଇଛି। ଗୁଜରାଟର କୋଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେସନ (ଜିସିଏମ୍ଏମ୍ଏଫ୍) ର ପରିଚାଳନା ନିର୍ଦ୍ଦେଶକ ଜୟନ ମେହେଟ୍ଟା ଏ ବିଷୟରେ ସୂଚନା ଦେଇଛନ୍ତି। 

ଅଧିକପଢ଼ନ୍ତୁ:୧୧ ଶହ ଟଙ୍କା ପାଇଁ ନିଜ ଭୋଟକୁ ବିକ୍ରି କରନାହିଁ : କେଜ୍ରିଓ୍ବାଲ

କମ୍ପାନି କହିଛି, ‘ତିନୋଟି ପ୍ରମୁଖ କ୍ଷୀର ଉତ୍ପାଦର ମୂଲ୍ୟ ଗୋଟିଏ ଟଙ୍କା ହ୍ରାସ କରାଯାଇଛି। ଏଥିରେ ଅମୁଲ ଗୋଲ୍ଡ, ଅମୁଲଟି ସ୍ପେଶାଲ ଏବଂ ଅମୁଲ ଫ୍ରେସ୍ ଅନ୍ତର୍ଭୁକ୍ତ ରହିଛି। ଅର୍ଥାତ ଏଣିକି ଗ୍ରାହକ ଅମୁଲ ଗୋଲ୍ଡ, ଅମୁଲଟି ସ୍ପେଶାଲ ଏବଂ ଅମୁଲ ଫ୍ରେସର ଗୋଟିଏ ଲିଟର ପାଉଚର ଦର ଯେତିକି ଅଛି ତାର ଗୋଟିଏ ଟଙ୍କା କମ ମୂଲ୍ୟରେ ପାଇ ପାରିବେ।

ଦର ହ୍ରାସ ପାଇବା ପରେ ଅମୁଲ ଗୋଲ୍ଡର ମୂଲ୍ୟ ଏବେ ପ୍ରତି ଲିଟର ପିଛା ୬୫ ଟଙ୍କା ହେବ।  ୨୦୨୪ଜୁନ୍ ଠାରୁ ଏହାର ମୂଲ୍ୟ ଲିଟର ପିଛା ୬୬ ଟଙ୍କା ଥିଲା। ଅମୁଲ ଟି ସ୍ପେଶାଲ୍ କ୍ଷୀରର ଗୋଟିଏ ଲିଟର ପାଉଚ୍ ମୂଲ୍ୟ ୬୧ ଟଙ୍କା ହେବା ସହିତ ଅମୁଲ ତାଜାର ମୂଲ୍ୟ ମଧ୍ୟ ପ୍ରତି ଲିଟର ପିଛା ୫୪ ଟଙ୍କାରୁ ହ୍ରାସ ପାଇ ୫୩ ଟଙ୍କା ହୋଇଛି।

ଅଧିକପଢ଼ନ୍ତୁସ୍ଵର୍ଣ୍ଣ ପଦକ ବିଜୟିନୀ ପିଙ୍କି ବେହେରାଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଅମୁଲ ଦେଶର ପ୍ରମୁଖ କ୍ଷୀର ଯୋଗାଣକାରୀ। ଏପରି ପରିସ୍ଥିତିରେ, ଯଦି ଅମୁଲ କ୍ଷୀରର ମୂଲ୍ୟ ହ୍ରାସ ପାଏ, ତେବେ ଅନ୍ୟ କମ୍ପାନିଗୁଡ଼ିକ ଉପରେ ମଧ୍ୟ କ୍ଷୀରର ମୂଲ୍ୟ ହ୍ରାସ କରିବା ପାଇଁ ଚାପ ପଡ଼ିବ। 

ଗତ ଆର୍ଥିକ ବର୍ଷରେ ଅମୁଲର ବ୍ୟବସାୟ ୮ ପ୍ରତିଶତ ବୃଦ୍ଧି ପାଇଛି। ସେପ୍ଟେମ୍ବର ୨୦୨୪ରେ ଅମୁଲ ସୂଚନା ଦେଇଥିଲା ଯେ ଭଲ ବିକ୍ରୟ ଯୋଗୁଁ, ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ଏହାର କାରବାର ଆଠ ପ୍ରତିଶତ ବୃଦ୍ଧି ପାଇ ୫୯,୪୪୫ କୋଟି ଟଙ୍କା ହୋଇଛି।