ଆମ୍‌େଓ୍ଵର ଶିଶୁ ଦିବସ ପାଳନ

ଭୁବନେଶ୍ୱର: ଆମ୍‌େଓ୍ଵ ଇଣ୍ଡିଆ ପକ୍ଷରୁ ସାରା ଭାରତରେ ଏହାର ୧୫ ଏନ୍‌ଜିଓ ସହଯୋଗୀଙ୍କ ସହ ମିଶି ଶିଶୁ ଦିବସ ପାଳନ କରାଯାଇଛି। ଓଡ଼ିଶାରେ ଭୁବନେଶ୍ୱର ନିକଟସ୍ଥ ପଲ୍ଲୀ ଉନ୍ନୟନ ସେବା ସମିତିରେ କଂପାନିର ପ୍ରତ୍ୟକ୍ଷ ବିକ୍ରେତାମାନଙ୍କୁ ନେଇ ଶିଶୁ ଦିବସ ପାଳନ କରାଯାଇଛି। ଏହି ଅବସରରେ ପଲ୍ଲୀ ଉନ୍ନୟନ ସେବା ସମିତିରେ ଥିବା ଧନ୍ଦାମୂଳକ ସିଲାଇ ତାଲିମ କେନ୍ଦ୍ରକୁ ଅପ୍‌ଗ୍ରେଡ୍‌ କରିବା ସହିତ ନ୍ୟାସନାଲ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫେସନ୍‌ ଟେକ୍ନୋଲୋଜିର ଏକ ସାର୍ଟିଫିକେଟ୍‌ ପାଠ୍ୟକ୍ରମ ପ୍ରଚଳନ କରିବା ବିଷୟରେ ଘୋଷଣା କରାଯାଇଛି।ଏହି ଅବସରରେ ଆୟୋଜିତ ବିଜ୍ଞାନ ପ୍ରଦର୍ଶନୀ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ ପିଲାମାନେ ଯେଉଁ ଉତ୍ସାହର ସହିତ ଭାଗ ନେଇଥିଲେ ତାହାକୁ ଦେଖି ଖୁସି ଲାଗୁଛି ବୋଲି କଂପାନିର ବରିଷ୍ଠ ଉପସଭାପତି ଜି ଏସ୍‌ ଚିମା କହିଛନ୍ତି। ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବା ଆମ୍‌େଓ୍ଵ ଇଣ୍ଡିଆକୁ ପଲ୍ଲୀ ଉନ୍ନୟନ ସେବା ସମିତିର ସମ୍ପାଦିକା ସ୍ୱାତୀ ସୁଚିସ୍ମିତା ପାତ୍ର ଧନ୍ୟବାଦ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର