ଭୁବନେଶ୍ୱର : ଦେଶର ଅନ୍ୟତମ ଅଗ୍ରଣୀ ଏଫଏମସିଜି ପ୍ରତ୍ୟକ୍ଷ ବିକ୍ରୟକାରୀ କମ୍ପାନୀ ଆମୱେ ଇଣ୍ଡିଆ ଅନ୍ଲାଇନ ଅର୍ଡର ବୃଦ୍ଧିକୁ ସହଯୋଗ କରିବା ପାଇଁ ନିଜର ହୋମ ଡେଲିଭରୀ (ବାସଗୃହକୁ ଯୋଗାଣ) ସଞ୍ଚଳନକୁ ମଜଭୁତ କରିବା ଉପରେ ଦୃଷ୍ଟିନିବଦ୍ଧ କରୁଛି । ଔଦ୍ୟୋଗିକ କ୍ଷମତାର ଉପଯୋଗ ଉପରେ ଆଧାରିତ ଆମୱେର ୧୦ବର୍ଷିଆ ଅଭିବୃଦ୍ଧି ଲକ୍ଷ୍ୟର ଅଂଶବିଶେଷ ସହିତ ସାମାଜିକ ସ୍ତରରେ ବ୍ୟବସାୟର ନବୀନତମ ଧାରାର ସମ୍ମିଶ୍ରଣରେ ବିଶ୍ୱସ୍ତରୀୟ ଏହି ପ୍ରତ୍ୟକ୍ଷ ବିକ୍ରୟକାରୀ ସଂସ୍ଥା ଲକ୍ଷ୍ୟଭିତ୍ତିକ ଫଳାଫଳ ହାସଲ କରିବାକୁ ଚଳିତ ବର୍ଷ ପ୍ରାରମ୍ଭରୁ ଅନ୍ଲାଇନ ସହିତ ଅଫ୍ଲାଇନକୁ ସମନ୍ୱିତ କରିବା ପ୍ରକ୍ରିୟା ଆରମ୍ଭ କରିଥିଲା । କମ୍ପାନୀ ଅନ୍ଲାଇନ ବିକ୍ରିରେ ଉଲ୍ଲେଖନୀୟ ପରିବର୍ତ୍ତନ ଲକ୍ଷ୍ୟ କରିଛି, ଯେଉଁଠାରେ ଚଳିତ ବର୍ଷ ଫେବ୍ରୁଆରୀରେ ଅନ୍ଲାଇନ ବିକ୍ରି ୩୩.୬% ଥିବାବେଳେ ସମ୍ପ୍ରତି ତାହା ୭୦%ରୁ ଅଧିକ ହୋଇଛି । ଏହି ଧାରା ଅପରିବର୍ତ୍ତିତ ରହିବ ଏବଂ ଚଳିତ ବର୍ଷ ଶେଷସୁଦ୍ଧା ଅନ୍ଲାଇନ ଅର୍ଡର ମାସିକ ୫-୬ ଲକ୍ଷରୁ ଅଧିକ ହେବ ବୋଲି ଆଶାପ୍ରକାଶ କରିଛି ।
ହୋମ୍ ଡେଲିଭରୀରେ ଆମୱେ ଇଣ୍ଡିଆର ୨୦୦% ବୃଦ୍ଧି
/sambad/media/post_attachments/wp-content/uploads/2017/12/Marketing-mix-of-Amway.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)