‘ଆମ୍‌ୱେ କୁଇନ୍‌ କୁକ୍‌ଓୟାର : ୧୦ ମାସରେ ୧୦୦ କୋଟିର ବିକ୍ରି ରେକର୍ଡ

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ପ୍ରତ୍ୟକ୍ଷ ବିକ୍ରି ଏଫ୍‌ଏମ୍‌ସିଜି କଂପାନି ଆମେୱେ ପାଇଁ ଏହାର ପ୍ରିମିୟମ୍‌ କୁକ୍‌ଓୟାର ରେଞ୍ଜ୍‌ ‘ଆମ୍‌ୱେ କୁଇନ୍‌’ ଏକ ବିରଳ ସଫଳତା ହାସଲ କରିଛି । ଏହା ଲଞ୍ଚ୍‌ ହେବାର ୧୦ ମାସରେ ୧୦୦ କୋଟି ଟଙ୍କାର ବିକ୍ରି ମାଇଲଖୁଣ୍ଟ ଟପିଯାଇଛି । ୨୦୧୭ ରେ ଉନ୍ମୋଚିତ ହୋଇଥିଲା ଆମ୍‌ୱେ କୁଇନ୍‌।

ପାରମ୍ପରିକ କୁକିଂଓୟାର ତୁଳନାରେ ଆମ୍‌ୱେ କୁଇନ୍‌ରେ କମ୍‌ ପରିମାଣର ପାଣି ଏବଂ ତେଲ ଆଦୌଁ ଦରକାର ହୁଏ ନାହିଁ ବୋଲି କହିଲେ ଚଳିବ। ଏଥିରେ ରହିଛି ଭିଟାଲକ୍‌ ପ୍ରଯୁକ୍ତି ଯାହାକି ଜଳୀୟ ଅଂଶକୁ ବାନ୍ଧି ରଖେ ଫଳରେ ଖାଦ୍ୟର ସ୍ୱାଦ ଏବଂ ପୋଷଣକୁ ସଂରକ୍ଷିତ ରହିଥାଏ। ଅପ୍‌ଟିଟେମ୍ପ୍‌ ପ୍ରଯୁକ୍ତିି ସମସ୍ତ ପ୍ରକାର କୁକ୍‌-ଟପ୍‌ରେ ଉତ୍ତାପକୁ ସମାନ ଭାବରେ ବଣ୍ଟନ କରିବ। ବ୍ୟାପକ ସ୍ତରର ଢ଼ାଞ୍ଚା ଏବଂ ଅପ୍‌ଟିଟେମ୍ପ୍‌ ବେସ୍‌ ଯୋଗୁଁ ପ୍ରାୟ ବିନା ତେଲରେ ରୋଷେଇ ସମ୍ଭବପର । ବିଭିନ୍ନ ପ୍ରକାର ଖାଦ୍ୟ ଏବଂ ଶୀଘ୍ର ମଧ୍ୟମରୁ କମ୍‌ ଉତ୍ତାପରେ ରୋଷେଇ ହୋଇପାରିବ ଯାହା ସମୟ ଏବଂ ଶକ୍ତି ସଂଚୟ କରିବ। ଆମ୍‌ୱେ କୁଇନ୍‌ ଉପରେ ୩୦ ବର୍ଷର ୱାରେଣ୍ଟି ପ୍ରଦାନ କରାଯାଉଛି ଏବଂ ଏହା ସାରା ଦେଶରେ ଉପଲବ୍ଧ ହେଉଛି । ୫-ଖଣ୍ଡ ବିଶିଷ୍ଟ ଆମ୍‌ୱେ କୁଇନ୍‌ କୁକ୍‌ଓୟାର ସେଟ୍‌କୁ ଅତି ସୁନ୍ଦର ଭାବେ ଡିଜାଇନ୍‌ କରାଯାଇଛି ଏବଂ ଏଥିରେ ରହିଛି ୪-ଲିଟର ଷ୍ଟକ୍‌ ପଟ୍‌ ସହିତ ଲିଡ୍‌, ୨-ଲିଟର ସସ୍‌-ପ୍ୟାନ୍‌ ସହିତ ଲିଡ୍‌ ଓ ୧.୫ ଲିଟର ସସ୍‌ପ୍ୟାନ୍‌ ସହିତ ଲିଡ୍‌ ଏବଂ ଆକ୍‌ସେସୋରିଜ୍‌ ଭାବେ ରହିଛି ଅତିରିକ୍ତ ଲିଡ୍‌ ଏବଂ ଷ୍ଟକ୍‌ ପଟ୍‌ ଷ୍ଟିମର୍‌ । ଏହି ରେଞ୍ଜ୍‌କୁ କମ୍ପାନିର ତାଲିମନାଡୁର ଡିଣ୍ଡିଗୁଲ୍‌ ଜିଲ୍ଲାର ନୋଲାକୋଟାଇ କାରଖାନାରେ ଉତ୍ପାଦନ କରାଯାଉଛି । ଏ ସମ୍ପର୍କରେ ସୁନ୍ଦୀପ ଶାହ, ମାର୍କେଟିଂ ଅଧିକାରୀ, ଆମ୍‌ୱେ ଇଣ୍ଡିଆ କହିଛନ୍ତି ଯେ, ଗ୍ରାହକମାନଙ୍କ ମତାମତକୁ ନେଇ କମ୍ପାନି ଆଗାମୀ ଦିନରେ ନୂତନ ବାସନକୁସନ ଉନ୍ମୋଚନ କରିବୁ ଯାହା ଆମ୍‌ୱେ କୁଇନ୍‌ ସହିତ ସ୍ୱତନ୍ତ୍ର କୁକିଙ୍ଗ ଅନୁଭୁତିର ପ୍ରତିଫଳନ ହେବ। ଆଗାମୀ ଏକ ବର୍ଷ ଭିତରେ ପ୍ରିମିୟମ୍‌ କୁକ୍‌ଓୟାର କ୍ଷେତ୍ରରେ ଅଗ୍ରଣୀ ସ୍ଥାନ ହାସଲ କରିବା ହେଉଛି ଆମର ଲକ୍ଷ୍ୟ।

ସମ୍ବନ୍ଧିତ ଖବର