ମୁମ୍ବାଇ : ଦେଶକୁ ଅଧିକ ପରିମାଣ ବିଦେଶୀ ମୁଦ୍ରା ଆସିବାରୁ ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସୁଧାର ହୋଇଛି। ଏକ ଡଲାର ଦାମ୍ ୭୯ ଟଙ୍କା ୪୫ ପଇସା ହୋଇଛି ଯାହା ଚଳିତ ବର୍ଷର ଶ୍ରେଷ୍ଠ ଦାମ୍ ଭାବେ ବିଚାର କରାଯାଉଛି। ଗତକାଲି ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୦ ଟଙ୍କା ୧୨ ପଇସା ଭଳି ସ୍ତରକୁ ଖସିଯାଇଥିଲା। ଅବଶ୍ୟ କାରବାର ଶେଷ ବେଳକୁ ସେଥିରେ ସୁଧାର ହୋଇ ତାହା ୭୯ ଟଙ୍କା ୯୬ ପଇସା ପର୍ଯ୍ୟନ୍ତ ପହଞ୍ଚିଥିଲା। ଅଗଷ୍ଟ ମାସରେ ଦେଶକୁ ପ୍ରାୟ ୬୦୦ କୋଟି ଡଲାରର ବିଦେଶୀ ମୁଦ୍ରା ଆସିଛି ଯାହା ୨୦୨୦ ଡିସେମ୍ବର ପରେ ସର୍ବାଧିକ ବୋଲି ବିଚାର କରାଯାଉଛି। ଏହା ପୂର୍ବରୁ ବିଦେଶୀ ନିବେଶକମାନେ ଭାରତୀୟ ଷ୍ଟକ ବଜାରରୁ ପୁଞ୍ଜି ପ୍ରତ୍ୟାହାର କରୁଥିଲେ। କିନ୍ତୁ ଅଗଷ୍ଟରେ ସେମାନେ ଅଧିକ ପାଣ୍ଠି ନିବେଶ କରିଛନ୍ତି।
ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସୁଧାର
୧ ଡଲାର=୭୯.୪୫ ଟଙ୍କା
/sambad/media/post_attachments/wp-content/uploads/2022/08/money-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)