ରାଜ୍ୟରେ ଇଭି ହାଇଡ୍ରୋଜେନ୍ ପ୍ଲାଣ୍ଟ୍‌ ସ୍ଥାପନ କରିବେ ଓଡ଼ିଆ ନିବେଶକ

ଭୁବନେଶ୍ବର : ବ୍ରିଟେନ୍‌ର ଦୁଇ ଓଡ଼ିଆ ନିବେଶକ ବିଶ୍ବନାଥ ପଟ୍ଟନାୟକ ଓ ଅରୁଣ କର ଓଡ଼ିଶାରେ ପ୍ରଥମ ଇଭି ହାଇଡ୍ରୋଜେନ୍ ଅଟୋମୋବାଇଲ୍ କାରଖାନା ସ୍ଥାପନ କରିବେ। ଫିନେଷ୍ଟ୍‌ ନାମକ ସଂସ୍ଥା ଜରିଆରେ ଏହି କାରଖାନାରେ ୫୦୦ କୋଟି ଟଙ୍କା ନିବେଶ ହେବ। ଏହା ସହିତ କଂପାନି ୧୦୦ କୋଟି ଟଙ୍କା ବିନିଯୋଗରେ ଏକ ବାୟୋ ବ୍ୟାଗ୍‌ ପ୍ରକଳ୍ପ ମଧ୍ୟ ସ୍ଥାପନ କରିବ।

ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟ ଅଭିବୃଦ୍ଧି କାହାଣୀର ଅଂଶ ହୋଇଥିବାରୁ ଆମେ ଗର୍ବିତ। ରାଜ୍ୟ ସରକାରଙ୍କ ସହ ସହଯୋଗିତାରେ ଆମେ ଶକ୍ତି, ସ୍ବାସ୍ଥ୍ୟ ସେବା, ଭିତ୍ତିଭୂମି ପ୍ରକଳ୍ପ ଓ ଫିନ୍‌ଟେକ୍‌ରେ ନିବେଶ କରିବୁ। ଏହା ଦ୍ବାରରା ବହୁ ନିଯୁକ୍ତି ସୁଯୋଗ ଓ ସରକାରଙ୍କ ପାଇଁ ରାଜସ୍ବ ସୃଷ୍ଟି ହେବ।

ଶ୍ରୀ କର କହିଛନ୍ତି ଯେ ଓଡ଼ିଶାରେ କାର୍ବନ ମାତ୍ରା ହ୍ରାସ କରିବା ଲାଗି ଇଭି ହାଇଡ୍ରୋଜେନ୍ ମାନୁଫାକ୍‌ଚରିଂ ପ୍ଲାଣ୍ଟ୍‌ ବିଶେଷ ସହାୟକ। ପ୍ଲାଷ୍ଟିକ୍‌ ବ୍ୟାଗ୍‌ର ବିକଳ୍ପ ଭାବେ ବାୟୋ ବ୍ୟାଗ୍‌ କାର୍ଯ୍ୟ କରିବ। ଉଭୟ ବିଶ୍ବନାଥ ଓ ଅରୁଣ ଓଡ଼ିଶାରେ ଜନ୍ମ ହୋଇଥିଲେ। ବିଶ୍ବନାଥ ଜଣେ ଉଦ୍ୟୋଗି ଓ ନିବେଶ ବ୍ୟାଙ୍କର ହୋଇଥିବା ବେଳେ ଅରୁଣ ହେଉଛନ୍ତି ନେଷ୍ଟ୍‌ ଗ୍ରୁପ୍‌ର ସହ ପ୍ରତିଷ୍ଠାତା।

ସମ୍ବନ୍ଧିତ ଖବର