ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେବେ ଆନନ୍ଦ ମହିନ୍ଦ୍ରା

ମୁମ୍ବାଇ: ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦରୁ ଆନନ୍ଦ ମହିନ୍ଦ୍ରା ଅବ୍ୟାହତି ନେବେ ବୋଲି ଘୋଷଣା କରିଛନ୍ତି। ୨୦୨୦ ଏପ୍ରିଲ୍ ୧ରୁ ସେ ଏହି ପଦ ଛାଡ଼ିବେ। ‌ତେବେ ସେ କଂପାନିର ଅଣ-କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ହୋଇରହିବେ। ନିଜ ନୂଆ ଭୂମିକା ବିଷୟରେ ସେ କହିଛନ୍ତି ଯେ, ମୁଁ ମହିନ୍ଦ୍ରା ଗ୍ରୁପ୍‌ର ଆତ୍ମାର ସୁରକ୍ଷା ପାଇଁ ପ୍ରହରୀ ହୋଇରହିବି। ଏହାର ମୂଲ୍ୟବୋଧ ଓ ଅଂଶଧନକାରୀଙ୍କ ସ୍ବାର୍ଥର ସୁରକ୍ଷା ଉପରେ ନଜର ରଖିବି। ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ପକ୍ଷରୁ ବରିଷ୍ଠ ପଦପଦବୀଗୁଡ଼ିକରେ ଅଦଳବଦଳ ବିଷୟରେ ଆଜି‌ ଘୋଷଣା କରାଯାଇଛି। ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ଦିଶାନିର୍ଦେଶ ଅନୁସାରେ କଂପାନି ଏହି ପଦକ୍ଷେପ ଗ୍ରହଣ କରିଛି। ୨୦୨୦ ଏପ୍ରିଲ୍‌ରୁ ପୱନ ଗୋଏଙ୍କା କଂପାନିର ଏମ୍‌ଡି ଓ ସିଇଓ ଦାୟିତ୍ବ ତୁଲାଇବେ। ୨୦୨୧ ଏପ୍ରିଲ୍‌ରେ ସେ ଅବସର ଗ୍ରହଣ କରିବେ। ସେହି ଦିନ ଡକ୍ଟର ଅନିଶ ଶାହ କଂପାନିର ନୂଆ ଏମ୍‌ଡି ଓ ସିଇଓ ହେବ। ୨୦୨୦ ଏପ୍ରିଲ୍‌ରେ ରାଜେଶ ଜେଜୁରିକର, ସି ପି ଗୁରନାନି ଓ ରାଜୀବ ଦୁବେ କଂପାନିର ବୋର୍ଡରେ ସାମିଲ ହେବେ।

ସମ୍ବନ୍ଧିତ ଖବର