କୃଷକଙ୍କୁ ସୋ’ରୁମରେ ସେଲସମ୍ୟାନ ଅପମାନ କରିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ଆନନ୍ଦ ମହିନ୍ଦ୍ରା

ବେଙ୍ଗାଲୁରୁ: ବୋଲେରୋ ପିକ୍‌-ଅପ୍‌ ଟ୍ରକ୍ କିଣିବାକୁ ଆସିଥିବା କର୍ଣ୍ଣାଟକର ଜଣେ କୃଷକଙ୍କୁ ଅପମାନିତ କରି ଫେରାଇ ଦେବା ସେଲ୍‌ସ୍‌ମ୍ୟାନ୍‌ଙ୍କୁ ମହଙ୍ଗା ପଡ଼ିଥିଲା। ଏହି ଘଟଣାକୁ ନେଇ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆ ପୋଷ୍ଟ କରି ପ୍ରତିକ୍ରିୟା ଦେଇ କହିଛନ୍ତି, ଆମର ମୁଖ୍ୟ ଉଦ୍ଦେଶ୍ୟ ଆମ ସମୁଦାୟ ଏବଂ ସମସ୍ତ ହିତଧାରକଙ୍କୁ ଉପରକୁ ଉଠାଇବାରେ ସକ୍ଷମ କରିବା ଏବଂ ଯେ କୌଣସି ବ୍ୟକ୍ତିଙ୍କ ଗରିମାକୁ ବଜାୟ ରଖିବା। ଏହି ଚିନ୍ତାଧାରା ସହ ଯେ କୌଣସି ପ୍ରକାରର ତ୍ରୁଟିର ତୁରନ୍ତ ସମାଧାନ କରାଯିବ।

ପ୍ରାପ୍ତ ସୂଚନା ଅନୁସାରେ, ଗତ ଶୁକ୍ରବାର ଦିନ କର୍ଣ୍ଣାଟକର ତୁମକୁରୁସ୍ଥିତ ମହିନ୍ଦ୍ରା ସୋ’ରୁମ୍‌ରେ ଘଟଣାଟି ଘଟିଥିଲା। କୃଷକ କେମ୍ପେଗୌଡ଼ା ଓ ତାଙ୍କ ବନ୍ଧୁମାନେ ଅଭିଯୋଗ କରିଥିଲେ ଯେ, ତାଙ୍କ ବେଶଭୂଷା ଦେଖି ସେଲ୍‌ସ୍‌ମ୍ୟାନ୍‌ଙ୍କର ଧାରଣା ‌ହୋଇଥିଲା ଯେ, ବୋଲେରୋ ପିକ୍‌-ଅପ୍‌ ଭ୍ୟାନ୍‌ କିଣିବାକୁ ତାଙ୍କର ସାମର୍ଥ୍ୟ ନାହିଁ।

Anand Mahindra reacts on farmer being misbehaved in Mahindra's showroom | News24
ସେଲ୍‌ସ୍‌ମ୍ୟାନ୍‌ କହିଲେ, ଗାଡ଼ିର ଦାମ୍‌ ୧୦ ଲକ୍ଷ ଟଙ୍କା। ତୋ ପକେଟ୍‌ରେ ବୋଧେ ୧୦ ଟଙ୍କା ବି ନ ଥିବ। ଏଥିରେ ଅପମାନ ବୋଧକରି ଯୁକ୍ତିତର୍କ କରିବା ସହ କେମ୍ପେଗୌଡ଼ା ସେଲ୍‌ସ୍‌ମ୍ୟାନ୍‌ଙ୍କୁ କହିଥିଲେ, ଯଦି ମୁଁ ଘଣ୍ଟାଏ ଭିତରେ ଟଙ୍କା ନେଇ ପହଞ୍ଚେ, ତୁମେ ଦିନକ ଭିତରେ ଗାଡ଼ି ଡେଲିଭରି କରି ପାରିବ?

ସତକୁ ସତ ନଗଦ ଟଙ୍କା ଧରି କେମ୍ପେଗୌଡ଼ା ସୋ’ରୁମ୍‌କୁ ଆସିଥିଲେ। ସ୍ତବ୍ଧ ସେଲ୍‌ସ୍‌ମ୍ୟାନ୍‌ଜଣକ ତୁରନ୍ତ ଗାଡ଼ି ଡେଲିଭରି ଦେବାରେ ଅସମର୍ଥ ହୋଇଥିଲେ। ଉତ୍ତ୍ୟକ୍ତ କେମ୍ପେଗୌଡ଼ା ଓ ତାଙ୍କ ବନ୍ଧୁମାନେ ଭୀଷଣ ପାଟିତୁଣ୍ଡ କରିବା ସହ ‌କ୍ଷମାପ୍ରାର୍ଥନା କରିବାକୁ ସେଲ୍‌ସ୍‌ମ୍ୟାନ୍‌ଙ୍କୁ କହିଥିଲେ। ଶେଷକୁ ପୁଲିସ ଆସି ହସ୍ତକ୍ଷେପ କରିବାରୁ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଶେଷରେ ସେଲ୍‌ସ୍‌ମ୍ୟାନଜଣକ କେମ୍ପେଗୌଡ଼ାଙ୍କୁ କ୍ଷମାଭିକ୍ଷା କରିଥିଲେ।

ସମ୍ବନ୍ଧିତ ଖବର