ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ବୋର୍ଡ ଅଫ ଡାଇରେକ୍ଟର ଅନନ୍ତ ଅମ୍ବାନୀଙ୍କୁ କମ୍ପାନିର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତି ୧ ମଇ ୨୦୨୫ରୁ ପ୍ରଭାବୀ ହେବ ଓ ଏହି ନିଯୁକ୍ତି ୫ ବର୍ଷ ଅବଧି ନିମନ୍ତେ କରାଯାଇଛି।

Advertisment

ସେୟାରଧାରୀଙ୍କ ମଞ୍ଜୁରୀ ପରେ ଏହି ନିଯୁକ୍ତିକୁ ଚୂଡ଼ାନ୍ତ ରୂପ ମିଳିବ। ଏହି ପଦକ୍ଷେପ ରିଲାଏନ୍ସ ର ଦୀର୍ଘକାଳୀକ ଉତ୍ତରାଧିକାର ଯୋଜନାରେ ନିଆଯାଇଛି। 

ସୂଚନାଯୋଗ୍ୟ, ଅନନ୍ତ ବର୍ତ୍ତମାନ କମ୍ପାନିର ନନ ଏଗଜ୍ୟୁକୁଟିଭ ଡାଇରେକ୍ଟର ଅଛନ୍ତି। ଏଥିସହିତ ଅନନ୍ତ ରିଲାଏନ୍ସ ଗ୍ରୁପର ଅନେକ କମ୍ପାନିର ବୋର୍ଡ ସହିତ ଜଡିତ। ଏଥିରେ ମାର୍ଚ୍ଚ ୨୦୨୦ରୁ ଜିଓ ପ୍ଲାଟଫର୍ମ, ମେ ୨୦୨୨ରୁ ରିଲାଏନ୍ସ ରିଟେଲ୍ ଭେଞ୍ଚର୍ସ ଏବଂ ଜୁନ୍ ୨୦୨୧ରୁ ରିଲାଏନ୍ସ ନ୍ୟୁ ଏନର୍ଜି ଏବଂ ରିଲାଏନ୍ସ ନ୍ୟୁ ସୋଲାର ଏନର୍ଜି ଅନ୍ତର୍ଭୁକ୍ତ। 
କେବଳ ଏତିକି ନୁହେଁ ଅନନ୍ତ ସେପ୍ଟେମ୍ବର ୨୦୨୨ରୁ ରିଲାଏନ୍ସ ଫାଉଣ୍ଡେସନ ବୋର୍ଡର ସଦସ୍ୟ ମଧ୍ୟ ଅଛନ୍ତି।

ବୋର୍ଡ ଅଗଷ୍ଟ ୨୦୨୩ରେ ଅନନ୍ତଙ୍କ ସହିତ ଇଶା ଏବଂ ଆକାଶ ଅମ୍ବାନିଙ୍କୁ କମ୍ପାନିର ନନଏଗଜ୍ୟୁକୁଟିଭ ଡାଇରେକ୍ଟର
ଭାବରେ ନିଯୁକ୍ତିକୁ ଅନୁମୋଦନ କରିଥିଲା ଏବଂ ସେୟାରଧାରୀମାନେ ଅକ୍ଟୋବର ୨୦୨୩ ରେ ସେମାନଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିଲେ।