ଜାମନଗର: ଜାମନଗର ବିଶୋଧନାଗାରର ୨୫ତମ ବାର୍ଷିକୀ ପାଳନ ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀ ଜାମନଗର ଓ ‘ବନତାରା’ ପ୍ରତି ପ୍ରତିବଦ୍ଧତା ଦୋହରାଇଛନ୍ତି। ଜାମନଗରକୁ ନୂଆ ଶିଖରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି। ୧୯୯୯ ଡିସେମ୍ବର ୨୮ରେ ରିଲାଏନ୍ସର ଜାମନଗର ବିଶୋଧନାଗାର ଆରମ୍ଭ ହୋଇଥିଲା ଯାହା ପରବର୍ତ୍ତୀ ସମୟରେ ଏକ ବିଶ୍ବସ୍ତରୀୟ ବିଶୋଧନାଗାରରେ ରୂପାନ୍ତରିତ ହୋଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ ନିଜ ଜେବେବାପା ଧୀରୁଭାଇ ଅମ୍ବାନୀ, ବାପା ମୁକେଶ ଅମ୍ବାନୀଙ୍କ ସ୍ବପ୍ନ, ପଶୁଙ୍କ ପ୍ରତି ନିଜର ଭଲ ପାଇବା ଉପରେ ମଧ୍ୟ ଆଲୋକପାତ କରିଥିଲେ।

Advertisment

ଜାମନଗରକୁ ନେଇ ଦେଖାଯାଇଥିବା ପ୍ରତିଟି ସ୍ବପ୍ନ ସାକାର କରିବାକୁ ଅନନ୍ତ ସଂକଳ୍ପବଦ୍ଧ ଥିବା କହିଛନ୍ତି। ସେ ନିଜର ବନ୍ୟଜନ୍ତୁ ଉଦ୍ଧାର ଓ ଥଇଥାନ ପ୍ରକଳ୍ପ ‘ବନତାରା’ ସମ୍ପର୍କରେ ମଧ୍ୟ କହିଥିଲେ। ପ୍ରତିଟି ଜୀବ ପ୍ରତି ନିଜର କରୁଣା ପାଇଁ ପରିଚିତ ମା ନୀତା ଅମ୍ବାନୀଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ପଶୁ ଓ ପକ୍ଷୀଙ୍କ ପ୍ରତି ଭଲ ପାଇବା ଓ ଯତ୍ନ ନେବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ମାନବ କଲ୍ୟାଣ ଭଳି ପଶୁ କଲ୍ୟାଣ ପ୍ରତି ରିଲାଏନ୍ସର ପ୍ରତିବଦ୍ଧତା ହେଉଛି ‘ବନତାରା’ ବୋଲି ସେ କହିଛନ୍ତି। ଗୁଜରାଟ ଗସ୍ତ ସମୟରେ ଅନନ୍ତ ଓ ତାଙ୍କ ପିତା ମୁକେଶ ସୋମନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।