ବିଜୟନଗର: କଦଳୀ ଉତ୍ପାଦନ କ୍ଷେତ୍ରରେ ଆନ୍ଧ୍ର ପ୍ରଦେଶର ବିଶେଷ ଖ୍ୟାତି ରହିଛି। ଏହି ରାଜ୍ୟ ବହୁ ପରିମାଣର କଦଳୀ ଉତ୍ପାଦନ କରି ଦେଶର ବିଭିନ୍ନ ରାଜ୍ୟ ସମେତ ବିଦେଶକୁ ରପ୍ତାନି କରିଥାଏ। ତେବେ ଇତିମଧ୍ୟରେ ଆନ୍ଧ୍ର ପ୍ରଦେଶର କଦଳୀ ରପ୍ତାନି ବହୁମାତ୍ରାରେ ବୃଦ୍ଧି ଘଟିଛି। ୨ ବର୍ଷ ମଧ୍ୟରେ ଏହି ରାଜ୍ୟର କଦଳୀ ରପ୍ତାନି ୭୫ ଗୁଣ ବୃଦ୍ଧି ପାଇଛି। ୨୦୧୬-୧୭ରେ ଆନ୍ଧ୍ର ପ୍ରଦେଶ ୨୪୬ ଟନ୍ କଦଳୀ ରପ୍ତାନି କରିଥିବାବେଳେ ୨୦୧୮-୧୯ରେ ଏହା ୧୮,୫୦୦ ଟନକୁ ବୃଦ୍ଧି ପାଇଛି ଏବଂ ଚଳିତ ଆର୍ଥିକବର୍ଷରେ ଏହା ୩୫ ହଜାର ଟନରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏଠାରୁ ମଧ୍ୟ ପ୍ରାଚ୍ୟକୁ ନିୟମିତ ଭାବେ କଦଳୀ ରପ୍ତାନି ହୋଇଥାଏ। ତେବେ ସଂଯୁକ୍ତ ଆରବ ଏମିରେଟ୍ସ, ବାହାରିନ୍, ଇଜିପ୍ଟ, ସାଉଦି ଆରବ, କତାର ଏବଂ ଇରାନକୁ ରପ୍ତାନି ବୃଦ୍ଧି ଘଟିଛି।
ଆନ୍ଧ୍ରର କଦଳୀ ରପ୍ତାନି ୭୫ ଗୁଣ ବୃଦ୍ଧି
/sambad/media/post_attachments/wp-content/uploads/2019/06/Banana-Shrub-Banana-Banana-Plantation-Bananas-2424298.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)