ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ନିର୍ମାତା ଭିଡିଓକନ୍କୁ ଅଧିଗ୍ରହଣ କରିବା ଲାଗି କୋର୍ଟ ବେଦାନ୍ତ ଗ୍ରୁପ୍ର ମୁଖ୍ୟ ଅନିଲ ଅଗ୍ରୱାଲ୍ଙ୍କ ମାଲିକାନାରେ ଥିବା କଂପାନି ଟ୍ବିନ୍ ଷ୍ଟାର୍ ଟେକ୍ନୋଲୋଜିକୁ ଅନୁମତି ଦେଇଛନ୍ତି। ଭିଡିଓକନ୍ ବିପୁଳ ଋଣ ନେବା ପରେ ତାହାକୁ ପରିଶୋଧ କରିନପାରିବାରୁ କଂପାନିକୁ ଋଣ ଦେଇଥିବା ଆର୍ଥିକ ସଂସ୍ଥାଗୁଡ଼ିକୁ ତାହାକୁ ଦେବାଳିଆ ଘୋଷଣା କରିବା ଲାଗି କୋର୍ଟକୁ ଟାଣିଛନ୍ତି। ଋଣ ଦେଇଥିବା ସଂସ୍ଥାଗୁଡ଼ିକୁ ଟ୍ବିନ୍ ଷ୍ଟାର୍ ୩୦୦୦ କୋଟି ଟଙ୍କା ଦେଇ ଭିଡିଓକନ୍କୁ କିଣିବ। ୯୦ ଦିନ ଭିତରେ କଂପାନି ୫୦୦ କୋଟି ଟଙ୍କା ଦେବ। ବଳକା ଅର୍ଥ ନନ୍-କନଭର୍ଟିବଲ୍ ଡିବେଞ୍ଚର ଆକାରରେ ପ୍ରଦାନ କରିବ। ଭିଡିଓକନ୍କୁ କିଣିବା ଲାଗି ଟ୍ବିନ୍ ଷ୍ଟାର୍ ଯେଉଁ ପ୍ରସ୍ତାବ ଦେଇଥିଲା ତାହାକୁ ଅନୁମୋଦନ କରିବା ଲାଗି ଗତ ଡିସେମ୍ବରରେ ପ୍ରଦାନକାରୀ ସଂସ୍ଥାଗୁଡ଼ିକ କୋର୍ଟଙ୍କୁ ଅନୁରୋଧ କରିଥିଲେ। ଆଜି ଏହି ମାମଲାର ଶୁଣାଣି ବେଳେ କୋର୍ଟ ଟ୍ବିନ୍ ଷ୍ଟାର୍ର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଭିଡିଓକନ୍ ହେଉଛି ବେଣୁ ଗୋପାଳ ଧୁତ୍ ପ୍ରତିଷ୍ଠା କରିଥିବା କଞ୍ଜ୍ୟୁମର ଡ୍ୟୁରେବଲ୍ କଂପାନି ଯାହା ଟିଭି, ୱାସିଂ ମେସିନ୍, ଏସି ଆଦି ନିର୍ମାଣ କରୁଛି।
ଭିଡିଓକନ୍କୁ କିଣିବେ ଅନିଲ ଅଗ୍ରୱାଲ୍
/sambad/media/post_attachments/wp-content/uploads/2021/06/anil-agrawal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)