ବଡ଼ ସଙ୍କଟରେ ଫସିବେ ଅନିଲ ଅମ୍ବାନି

ମୁମ୍ବାଇ : ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନିଙ୍କ ସାନ ଭାଇ ଅନିଲଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ତାଙ୍କର ତିନିଟି କଂପାନି ଉପରେ ବ୍ୟାଙ୍କ, ଭେଣ୍ଡର ଏବଂ ଅନ୍ୟମାନଙ୍କର ପ୍ରାୟ ୮୬ ହଜାର କୋଟି ଟଙ୍କା ବାକି ଅଛି। ତାଙ୍କ ପ୍ରମୁଖ କଂପାନି ରିଲାଏନ୍ସ କମ୍ୟୁନିକେସନ୍ସ ଦେବାଳିଆ ହୋଇପଡ଼ିଥିବା ବେଳେ ନ୍ୟାସନାଲ୍ କଂପାନି ଲ’ ଟ୍ରିବ୍ୟୁନାଲ୍ (ଏନ୍‌ସିଏଲ୍‌ଟି)ରେ ତାହାର ବିଚାର ଚାଲିଛି। ଅନିଲଙ୍କ କଂପାନି ନେଇଥିବା ଋଣକୁ ‘ଠକେଇ’ ବର୍ଗର କିଛି ବ୍ୟାଙ୍କ ସାମିଲ କରିଥିବା ଚର୍ଚ୍ଚା ହେଉଛି। ସେହି ଖବରକୁ ରିଲାଏନ୍ସ କମ୍ୟୁନିକେସନ୍ସ ପକ୍ଷରୁ ଦୃଢ଼ ଭାବେ ଖଣ୍ଡନ କରାଯାଇଛି। କଂପାନି କୁହାଯାଇଛି ଯେ ଭାରତୀୟ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ଦେଇଥିବା ୨୬ ହଜାର କୋଟି ଟଙ୍କାର ଋଣ ପରିଶୋଧ ହୋଇନାହିଁ।

ସମ୍ବନ୍ଧିତ ଖବର