ଅନୀଲ ଚୌଧାରୀ ସେଲ୍‌ର ନୂଆ ଅଧ୍ୟକ୍ଷ

ରାଉରକେଲା: ଭାରତୀୟ ଇସ୍ପାତ ପ୍ରାଧୀକରଣ ଲିମିଟେଡ୍‌ (ସେଲ୍‌)ର ନୂଆ ଅଧ୍ୟକ୍ଷ ଭାବେ କଂପାନିର ଅର୍ଥ ନିର୍ଦେଶକ ଅନୀଲ କୁମାର ଚୌଧାରୀଙ୍କୁ ନିଯୁକ୍ତ କରାଯାଇଛି। ଜୁଲାଇ ପହିଲାରୁ ସେ ଏହି ପଦଭାର ଗ୍ରହଣ କରିବେ। ବିଦାୟୀ ଅଧ୍ୟକ୍ଷ ପି.କେ.ସିଂହଙ୍କ କାର୍ଯ୍ୟକାଳ ଚଳିତ ମାସ ୩୦ ତାରିଖରେ ଶେଷ ହେଉଛି। ଏ ସଂକ୍ରାନ୍ତରେ କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟ ପକ୍ଷରୁ ଗତକାଲି (ଜୁନ୍‌ ୨୫)ରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଗାମୀ ତିନି ମାସ ପର୍ଯ୍ୟନ୍ତ ଶ୍ରୀ ଚୌଧାରୀ ଉଭୟ ଅର୍ଥ ନିର୍ଦେଶକ ଓ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବେ। ଏହା ପରେ ସେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଭାବେ କାମ କରିବେ।

ସମ୍ବନ୍ଧିତ ଖବର