ଅନିଲଙ୍କ ହାତରୁ ଖସିଯିବ ରିଲାଏନ୍‌ସ କମ୍ୟୁନିକେସ

ମୁମ୍ବାଇ: ଅନିଲ ଅମ୍ବାନିଙ୍କ ମୋବାଇଲ୍‌ କଂପାନି ରିଲାଏନ୍ସ କମ୍ୟୁନିକେସନ୍‌ର ୫୧% ଅଂଶଧନ ଉପରେ କଂପାନିକୁ ଋଣ ପ୍ରଦାନ କରିଥିବା ବ୍ୟାଙ୍କଗୁଡ଼ିକ କବ୍‌ଜା କରିବେ। ଅନିଲଙ୍କ ପାଇଁ ଏହି କଂପାନିର ୧୭୦୦୦ କୋଟି ଟଙ୍କାର ଋଣ ସବୁଠୁ ବଡ଼ ମୁଣ୍ଡବ୍ୟଥା ଭାବେ ଉଭା ହୋଇଛି। ଏୟାରସେଲ୍‌ ସହିତ ମିଶ୍ରଣ ଉଦ୍ୟମ ବିଫଳ ହେବା ପରେ ତାଙ୍କ ପାଖରେ ଅଧିକ କିଛି ବିକଳ୍ପ ନାହିଁ। ତେଣୁ ସେ ରିଲାଏନ୍ସ କମୁ୍ୟୁନିକସେନ୍‌ର ୫୧% ଅଂଶଧନ ଋଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ପ୍ରଦାନ କରିବା ଉପରେ ବିଚାର କରୁଛନ୍ତି।

ବ୍ୟାଙ୍କଗୁଡ଼ିକ କଂପାନିକୁ ଯେଉଁ ଋଣ ଦେଇଛନ୍ତି ତାହାକୁ ଇକ୍ୱିଟି ସେୟାରରେ ପରିବର୍ତ୍ତନ କରିବେ। ଏହି ପ୍ରକ୍ରିୟା ଶେଷ ହେବା ପରେ ରିଲାଏନ୍‌ସ କମ୍ୟୁନିକେସନ୍‌ର ପ୍ରମୋଟରଙ୍କ ଅଂଶଧନ ପରିମାଣ ୫୯%ରୁ ହ୍ରାସ ପାଇ ୨୬% ହୋଇଯିବ। ରିଲାଏନ୍ସ କମ୍ୟୁନିକେସନ୍‌ର ସମ୍ପତ୍ତିକୁ ବିକ୍ରି କରି ଅର୍ଥରାଶି ଫେରିପାଇବାକୁ ବ୍ୟାଙ୍କଗୁଡ଼ିକ ଉଦ୍ୟମ କରିବେ। ନିଲାମ ଜରିଆରେ କଂପାନିର ସମ୍ପତ୍ତି ବିକ୍ରି କରାଯିବ। ନିଲାମ ପ୍ରକ୍ରିୟାରେ ଅନିଲଙ୍କ ବଡ଼ ଭାଇ ମୁକେଶ ଅମ୍ବାନିଙ୍କ କଂପାନି ରିଲାଏନ୍ସ ଜିଓ ଭାଗ ନେଇପାରେ ବୋଲି ଚର୍ଚା ହେଉଛି।

ସମ୍ବନ୍ଧିତ ଖବର