ଶିଳ୍ପପତି ଅନିଲ ଅମ୍ବାନିଙ୍କ ଅବସ୍ଥା ଖରାପରୁ ଅତି ଖରାପ, ବନ୍ଦ ହେବ ଆଉ ୨ କଂପାନି

ମୁମ୍ବାଇ: ବ୍ୟାଙ୍କରୁ ବିପୁଳ ପରି‌ମାଣର ଋଣ ନେଇ ତାହାକୁ ଠିକ ଭାବେ ଶୁଝିପାରିନଥିବା ଶିଳ୍ପପତି ଅନିଲ ଅମ୍ବାନିଙ୍କ ଅବସ୍ଥା ଖରାପରୁ ଅତି ଖରାପ ଆଡ଼କୁ ଗତି କରୁଛି। ତାଙ୍କର ଗୋଟିଏ ପରେ ଗୋଟିଏ ସଂସ୍ଥା ବନ୍ଦ ହେବାରେ ଲାଗି। ତାଙ୍କର ଆଉ ଦୁଇଟି କଂପାନି ଶୀଘ୍ର ବନ୍ଦ ହେବାକୁ ଯାଉଛି। ଅନିଲ ନିଜର ଦୁଇଟି ସଂସ୍ଥା ରିଲାଏନ୍ସ କମର୍ସିଆଲ୍ ଫାଇନାନ୍ସ ଓ ରିଲାଏନ୍ସ ହୋମ୍ ଫାଇନାନ୍ସକୁ ଡି‌ସେମ୍ବର ସୁଦ୍ଧା ବନ୍ଦ କରିବେ ବୋଲି କହିଛନ୍ତି। ଏହି ଦୁଇ କଂପାନି ପାଖରେ ୨୫ ହଜାର କୋଟି ଟଙ୍କାର ସମ୍ପତ୍ତି ରହିଛି ଏବଂ ଏହା ଅନିଲଙ୍କ ରିଲାଏନ୍ସ କ୍ୟାପିଟାଲ୍ ସଂସ୍ଥା ଅଧୀନରେ ପରିଚାଳିତ ହେଉଛି। ଏହି ଦୁଇ କଂପାନି ବନ୍ଦ ହୋଇଯିବା ପରେ ରିଲାଏନ୍ସ କ୍ୟାପିଟାଲ୍ ଅଧୀନରେ କେବଳ ବୀମା ଏବଂ ମୁଚ୍ୟୁଆଲ୍ ଫଣ୍ଡ୍‌ କଂପାନି ରହିଯିବ।

ସମ୍ବନ୍ଧିତ ଖବର