ଭୁବନେଶ୍ବର: ଓମ୍ ଜୟ ଇଭି ଲିମିଟେଡର ଏକ ନୂଆ ସୋ’ରୁମ୍ କଟକ ପୁରୀ ରୋଡ୍ ପାର୍ଶ୍ବରେ ରସୁଲଗଡ଼ ଶିଳ୍ପାଞ୍ଚଳଠାରେ ଆଜି ଉଦଘାଟିତ ହୋଇଯାଇଛି। ବ୍ୟାଟେରି ଚାଳିତ ଦୁଇ ଚକିଆ ଯାନର ଏହି ନୂଆ ସୋ’ରୁମ୍କୁ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଓପିଡିସି ଅଧ୍ୟକ୍ଷ ଅସିତ ପଟ୍ଟନାୟକ ପ୍ରମୁଖ ଅତିଥିଭାବେ ଯୋଗଦେଇ ଶନିବାର ଉଦଘାଟନ କରିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କମ୍ପାନିର ଏଜିଏମ (ବିକ୍ରି) ସଞ୍ଜିତ କୁମାର ମହାପାତ୍ର, ମାର୍କେଟିଂ ମ୍ୟାନେଜର ସାର୍ଥକ ଦାସ, ସୋରୁମ୍ର ତତ୍ତ୍ବାବଧାୟକ ଅଭିଶେକ ପାଣି, ଉମାକାନ୍ତ ପାଣିଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ନୂଆ ସୋ’ରୁମ୍ରେ କମ୍ପାନିର ୪ଟି ଯାକ ମଡେଲ ୪ୟୁ, ଜେନିଆ,ଇଓର ଏବଂ ୱିଣ୍ଡ୍ ଉପଲବ୍ଧ ହେବ। ଇଓରର ଅନରୋଡ୍ ମୂଲ୍ୟ ୪୯,୯୦୦ ଟଙ୍କା ରହିଥିବାବେଳେ ୱିଣ୍ଡ୍ର ମୂଲ୍ୟ ୫୦୯୦୦ ଟଙ୍କା, ୪ୟୁର ମୂଲ୍ୟ ୬୮,୫୦୦ ଟଙ୍କା ଏବଂ ଜେନିଆର ମୂଲ୍ୟ ୬୯,୯୦୦ ଟଙ୍କା ରହିଛି। ଏହି ଅବସରରେ କମ୍ପାନିର ଏଜିଏମ୍ ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ ଯେ ରାଜ୍ୟରେ ଏବେ ଇଭିର ସୋ’ରୁମ୍ ସଂଖ୍ୟା ୧୦ରେ ପହଞ୍ଚିଛି। ଆସନ୍ତା ମାର୍ଚ୍ଚ ସୁଦ୍ଧା କମ୍ପାନି ରାଜ୍ୟରେ ଆଉ ୧୬ଟି ନୂଆ ସୋରୁମ୍ ଖୋଲିବ। ସେହିଭଳି ଦେଶରେ ଏବେ କମ୍ପାନିର ସୋ’ରୁମ୍ ସଂଖ୍ୟା ୪୫ରେ ପହଞ୍ଚିଥିବାବେଳେ ଆସନ୍ତା ମାର୍ଚ୍ଚ ସୁଦ୍ଧା ସୋ’ରୁମ୍ ସଂଖ୍ୟାକୁ ୧୩୫ରେ ପହଞ୍ଚାଇବା ଲକ୍ଷ୍ୟ ରହିଛି। ନୂଆ ସୋ’ରୁମ୍ରେ ଗାଡ଼ି ବିକ୍ରି ସମେତ ସର୍ଭିସ ଏବଂ ସ୍ପେୟାର ଉପଲବ୍ଧ କରାଯାଇଛି। ଚାଳକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କମ୍ପାନି ଏହି ବ୍ୟାଟେରି ଚାଳିତ ଗାଡ଼ି ନିର୍ମାଣ କରୁଛି ବୋଲି ଏହି ଅବସରରେ ଓମ୍ ଜୟ ଇଭି ଲିମିଟେଡର ସିଇଓ ଆଦିତ୍ୟ ଭାଲୋଟିଆ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/fsdghsfhsf54h98fs7h5sf4gh56sf4g65fs4gsfgsfgsg.jpg)