ଭୁବନେଶ୍ବର: ହାଇଦ୍ରାବାଦର ଅଗ୍ରଣୀ ହସ୍ପିଟାଲ୍ ଶୃଙ୍ଖଳା ଅଙ୍କୁର ହସ୍ପିଟାଲ୍‌ ଭୁବନେଶ୍ବରର ଶିଶୁ ଭବନ ଛକ ନିକଟରେ ଏକ ୧୨୦ ଶଯ୍ୟା ବିଶିଷ୍ଟ ମହିଳା ଓ ଶିଶୁ ହସ୍ପିଟାଲ୍ ଖୋଲିଛି। ଏହାକୁ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍‌ଘାଟନ କରିଥିବା ବେଳେ ଅତିଥି ଭାବେ ସାଂସଦ ଅମର ପଟ୍ଟନାୟକ, ସାଂସଦ କ୍ରିଷ୍ଣ ଦେବରାୟାଲୁ, ଭୁବନେଶ୍ବର କେନ୍ଦ୍ର ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ, ‌ଭୁବନେଶ୍ବର ମେୟର ସୁଲୋଚନା ଦାସ, ୱାର୍ଡ-୪୧ କର୍ପୋରେଟର କବିତା ସ୍ବାଇଁ, ଗ୍ରାମୀଣ ବିକାଶ ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ ଏବଂ ଅଙ୍କୁର ହସ୍ପିଟାଲ୍‌ର ପ୍ରତିଷ୍ଠାତା ଓ ଏମ୍ଡି ଡକ୍ଟର କ୍ରିଷ୍ଣ ପ୍ରସାଦ ଭୁନମ ଉପସ୍ଥିତ ଥିଲେ। ଏହି ହସ୍ପିଟାଲ୍‌ରେ ମହିଳା ଓ ଶିଶୁଙ୍କ ପାଇଁ ଅତ୍ୟାଧୁନିକ ଅପରେସନ ଥିଏଟର, ଲେବଲ୍‌-୩ ପିଆଇସିୟୁ, ଲେବଲ୍‌-୩ ଏନ୍‌ଆଇସିୟୁ, ଜରୁରୀକାଳୀନ ସେବା‌, ଆମ୍ବୁଲାନ୍ସ ସୁବିଧା, ଫାର୍ମାସି, ଲାବୋରେଟୋରି ଓ ରେଡିଓଲୋଜି ଆଦି ସେବା ରହିଛି। ଆନ୍ଧ୍ର, ତେଲେଙ୍ଗାନା ଓ ମହରାଷ୍ଟ୍ର ପରେ ଓଡ଼ିଶାରେ ଏହା ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବିପ୍ଳବ ଆଣିବ ବୋଲି ହସ୍ପିଟାଲ୍‌ର ପ୍ରତିଷ୍ଠାତା ଶ୍ରୀ ଭୁନମ୍ କହିଛନ୍ତି। ଭୁବନେଶ୍ବର ହସ୍ପିଟାଲ୍‌ରେ ଶିଶୁରୋଗ, ସ୍ତ୍ରୀ ଓ ପ୍ରସୂତୀ, ଶିଶୁ ନେଫ୍ରୋଲୋଜି, ଶିଶୁ ଏଣ୍ଡୋକ୍ରିନୋଲୋଜି, ଶିଶୁ ନ୍ୟୁରୋଲୋଜି, ଅସ୍ଥିଶଲ୍ୟ, କ୍ୟାନସର କେୟାର ଭଳି କ୍ଷେତ୍ରରେ ସେବା ଉପଲବ୍ଧ ହେବ।

Advertisment