ଅନ୍‌ମୋଲ୍ ଇଣ୍ଡଷ୍ଟ୍ରିଜ୍‌ର ସ୍ମାଇଲସ୍‌ କୁକିଜ୍‌

ଭୁବନେଶ୍ବର: କୋଲକାତାର କଂପାନି ଅନ୍‌ମୋଲ୍ ଇଣ୍ଡଷ୍ଟ୍ରିଜ୍‌ ପକ୍ଷରୁ ସ୍ମାଇଲସ୍‌ ନାମରେ ନୂଆ କୁକିଜ୍‌କୁ ଉନ୍ମୋଚନ କରାଯାଇଛି। ଏବେ କଂପାନି କାଜୁ ଏବଂ ବଟର୍‌ ଭଳି ଦୁଇଟି ସ୍ବାଦର କୁକିଜ୍ ବଜାରକୁ ଛାଡ଼ିଛି। ଉତ୍ପାଦର ନାମ ସ୍ମାଇଲସ୍‌ ଦେବା ପଛର କାରଣ ବିଷୟରେ କଂପାନି କହିଛି ଯେ, ଏହାକୁ ଖାଇଲେ ଲୋକମାନଙ୍କ ମୁହଁରେ ହସ ଦେଖିବାକୁ ମିଳିବ। ବଟର୍‌ ଓ କାଜୁ ବର୍ଗରେ କୁକିଜ୍‌ର ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି କଂପାନି ଏହି ଦୁଇ ଉତ୍ପାଦ ବଜାରକୁ ଛାଡ଼ିବାକୁ ନିଷ୍ପତ୍ତି ନେଇଛି। କଂପାନିର ଇନୋଭେସନ୍ ମୁଖ୍ୟ ଏସ୍‌ ଆର୍‌ ଦେଶପାଣ୍ଡେ କହିଛନ୍ତି ଯେ, ଆମେ ଏହି ଉତ୍ପାଦକୁ ଉତ୍ପାଦିତ ବୋଲି ନକହି ହାତରେ ତିଆରି ବୋଲି କହୁଛୁ। ଆଧୁନିକ ପ୍ରଯୁକ୍ତି ସହିତ ଘରେ ତିଆରି କୁକିଜ୍‌ର ଅନୁଭୂତି ଏହା ଗ୍ରାହକଙ୍କୁ ପ୍ରଦାନ କରିବ। ଲୋକପ୍ରିୟ ବଲିଉଡ୍ ତାରକା ଅକ୍ଷୟ କୁମାର ଏହାର ପ୍ରଚାର କରିବେ।

ସମ୍ବନ୍ଧିତ ଖବର