ଏୟାର ଇଣ୍ଡିଆ କ୍ୟାବିନ କ୍ରୁଙ୍କ ପାଇଁ ଭିଆର୍‌ଏସ୍‌ ଘୋଷଣା

ନୂଆଦିଲ୍ଲୀ : ଟାଟା ମାଲିକାନାରେ ଥିବା ଏୟାର ଇଣ୍ଡିଆ ଏହାର ସ୍ଥାୟୀ କର୍ମଚାରୀମାନଙ୍କ ପାଇଁ ସ୍ବେଚ୍ଛାକୃତ ଅବସର ସ୍କିମ୍ (ଭିଆର୍‌ଏସ୍‌) ଘୋଷଣା କରିଛି। ଏଥିପାଇଁ ବୟସ ସୀମାକୁ କୋହଳ କରି ୫୫ରୁ ୪୦କୁ ହ୍ରାସ କରାଯାଇଛି। ଯେଉଁମାନେ ଜୁନ ୧ରୁ ଜୁଲାଇ ୩୧ ମଧ୍ୟରେ ଭିଆର୍‌ଏସ୍ ପାଇଁ ଆବେଦନ କରିବେ ସେମାନଙ୍କୁ ଅନୁକମ୍ପାମୂଳକ ରାଶି ମଧ୍ୟ ଦିଆଯିବ। ଯେଉଁମାନେ ଜୁନ୍‌ ମାସରେ ଏଥିପାଇଁ ଆବେଦନ କରିବେ ସେମାନଙ୍କୁ ଅନୁକମ୍ପାମୂଳକ ରାଶି ସହିତ ଅତିରିକ୍ତ ପ୍ରୋତ୍ସାହନ ରାଶି ମଧ୍ୟ ଦିଆଯିବ।

ସମ୍ବନ୍ଧିତ ଖବର