ବିଓଆଇ ଅଫିସର ସଂଘର ବାର୍ଷିକ ବୈଠକ

ଭୁବନେଶ୍ବର: ବ୍ୟାଙ୍କ ଅଫ ଇଣ୍ଡିଆ (ବିଓଆଇ) ଅଫିସର ସଂଘ, ଓଡ଼ିଶା ୟୁନିଟ୍‌ର ୪୧ତମ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ସ୍ମୃତି ରଞ୍ଜନ ସାହୁ ଓ ସାଧାରଣ ସମ୍ପାଦକ କମଲଜିତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କନଫଡେରେସନ ଅଫ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଫିସର୍ସ ଆସୋସିଏସନର ସାଧାରଣ ସମ୍ପାଦକ ସୁନିଲ କୁମାର ମୁଖ୍ୟ ଅତିଥି ଓ ସଭାପତି ସଞ୍ଜୟ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ସରକାରୀ ବ୍ୟାଙ୍କର ଘରୋଇକରଣ ପାଇଁ ସରକାର ନେଉଥିବା ପଦେକ୍ଷପ ଓ ଏଥିପାଇଁ ବ୍ୟାଙ୍କ ଶିଳ୍ପ ସାମ୍ନା କରିବାକୁ ଯାଉଥିବା ଅସୁବିଧା ଓ ସାଧାରଣ ଜନତାଙ୍କ ଉପରେ ତାହାର ପ୍ରଭାବ ସମ୍ପର୍କରେ ଅତିଥିମାନେ ଆଲୋଚନା କରିଥିଲେ। ବୈଠକରେ ଭୁବନେଶ୍ବରର ଆଞ୍ଚଳିକ ପ୍ରବନ୍ଧକ ପ୍ରିୟବ୍ରତ ପଟ୍ଟନାୟକ ଓ ମଳୟ ଦାସ, କେନ୍ଦୁଝରର ଆଞ୍ଚଳିକ ପ୍ରବନ୍ଧକ ଅରବିନ୍ଦ ମିଶ୍ର ଓ ବାରିପଦାର ଆଞ୍ଚଳିକ ପ୍ରବନ୍ଧକ ଆର୍‌ ସି ଦାସ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଅଫିସର ସଂଘ ପକ୍ଷରୁ ଯୁବ ପର୍ବତାରୋହୀ ଲିପିକା ସେଠ୍‌ଙ୍କୁ ୫୧ ହଜାର ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟରେ କାର୍ଯ୍ୟରତ ୮୫୦ରୁ ଅଧିକ ବ୍ୟାଙ୍କ ଅଧିକାରୀ ଏହି ବୈଠକରେ ସାମିଲ ହୋଇଥିଲେ। ଏହା ବ୍ୟତୀତ ସଂଘର ପୂର୍ବତନ କର୍ମକତା ଓ ରାଜ୍ୟର ବିଭିନ୍ନ ବ୍ୟାଙ୍କ ସଂଘର କର୍ମକର୍ତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର