ନୂଆଦିଲ୍ଲୀ : ବିଶ୍ବସ୍ତରୀୟ କଂପାନିର ସିଇଓ ପଦରେ ଭାରତୀୟଙ୍କ ତାଲିକାରେ ଲମ୍ବା ହେବାରେ ଲାଗିଛି। ଏହି ତାଲିକାରେ ଆଉ ଜଣେ ଭାରତୀୟଙ୍କ ନାମ ଯୋଡ଼ିହୋଇଛି। ସେ ହେଉଛନ୍ତି ରେକିଟ୍-ବେନ୍କାଇଜର୍ର ପୂର୍ବତନ ସିଇସ ଲକ୍ଷ୍ମଣ ନରସିଂହ। ତାଙ୍କୁ କଫି ଷ୍ଟୋର୍ ଶୃଙ୍ଖଳା ଷ୍ଟାରବକ୍ସର ସିଇଓ ଭାବେ ନିଯୁକ୍ତି ମିଳିଛି। ଅକ୍ଟୋବରରୁ ସେ ନୂଆ ପଦରେ ଯୋଗ ଦେବେ ଓ ୨୦୨୩ ଏପ୍ରିଲ୍ର ଦାୟିତ୍ବ ଗ୍ରହଣ କରିବେ। ଲକ୍ଷ୍ମଣ ଏଭଳି ଏକ ସମୟରେ କଂପାନିର ମଙ୍ଗ ସମ୍ଭାଳିବାକୁ ଯାଉଛନ୍ତି ଯେତେବେଳେ ଆମେରିକାରେ କଂପାନିର ପ୍ରାୟ ୨୦୦ ଷ୍ଟୋର୍ର କର୍ମଚାରୀମାନେ ସଂଘ ଗଠନ କରିଛନ୍ତି ଅଧିକ ସୁବିଧା ସୁଯୋଗ ଓ ବେତନ ଦାବି କରୁଛନ୍ତି। ଦରଦାମ୍ ସ୍ଥିତି ବେଲଗାମ ହୋଇପଡ଼ିଥିବାରୁ କଂପାନି ନିଜ କାରବାର ବଢ଼ାଇବା ଲାଗି ପିକ୍ ଅପ୍ ଓ ଡେଲିଭରି ଭଳି ସେବା କ୍ଷେତ୍ରରେ ମଧ୍ୟ ପ୍ରବେଶ କରିବାକୁ ଯାଉଛି।
କେଉଁ ସଂସ୍ଥାର କିଏ
ସଂସ୍ଥା ସିଇଓଙ୍କ ନାମ
ସୁନ୍ଦର ପିଚ୍ଚାଇ ଗୁଗୁଲ୍/ ଆଲ୍ଫାବେଟ୍
ପରାଗ ଅଗ୍ରୱାଲ୍ ଟ୍ବିଟର
ଶାନ୍ତନୁ ନାରାୟଣ ଆଡୋବ୍
ଅରବିନ୍ଦ କ୍ରିଷ୍ଣ ଆଇବିଏମ୍
ରାଜ ସୁବ୍ରମଣ୍ୟନ ଫେଡେକ୍ସ
ଲୀନା ନାୟାର ଚ୍ୟାନେଲ୍
ସିଏସ୍ ଭେଙ୍କଟକ୍ରିଷ୍ଣନ ବାର୍କ୍ଲେଜ୍
ସୋନିଆ ସାନ୍ୟାଲ ଗ୍ୟାପ୍
ଲକ୍ଷ୍ମଣ ନରସିଂହ ଷ୍ଟାରବକ୍ସ