ନୂଆଦିଲ୍ଲୀ: ବିଶ୍ବସ୍ତରୀୟ କମ୍ପାନିର ସିଇଓ ପଦରେ ରହିଥିବା ଭାରତୀୟଙ୍କ ତାଲିକା ଲମ୍ବା ହେବାରେ ଲାଗିଛି। ସେହି ତାଲିକାରେ ଆଉ ଜଣେ ଭାରତୀୟଙ୍କ ନାମ ଯୋଡ଼ିହୋଇଛି। ସେ ହେଉଛନ୍ତି ଶ୍ରୀନିବାସନ ଗୋପାଳନ। ଆଇଆଇଏମ୍ ଅହମଦାବାଦରେ ପାଠପଢ଼ିଥିବା ଗୋପାଳନଙ୍କୁ ଆମେରିକାର ଟି-ମୋବାଇଲ୍ର ସିଇଓ ଭାବେ ନିଯୁକ୍ତି ମିଳିଛି।
ଆମେରିକାରେ ଭେରିଜନ, ଏଟିଆଣ୍ଡ୍ଟି ଓ ଟି-ମୋବାଇଲ୍ର ଆଧିପତ୍ୟ ରହିଛି। ଗୋପାଳନ ଏବେ କମ୍ପାନିର ମୁଖ୍ୟ ପରିଚାଳନା ଅଧିକାରୀ (ସିଓଓ) ଭାବେ କାର୍ଯ୍ୟ କରୁଛନ୍ତି। ଏହା ପୂର୍ବରୁ ସେ ଭାରତୀ ଏୟାରଟେଲ୍, କ୍ୟାପିଟାଲ୍ ୱାନ୍, ଭୋଡାଫୋନ୍ ଓ ଜର୍ମାନୀର ଡ୍ୟୁସ୍ ଟେଲିକମ୍ରେ କାମ କରିଥିଲେ।