୧୮୦୦ କୋଟିର ଆଉ ଏକ ବ୍ୟାଙ୍କ ଠକେଇ

ନୂଆଦିଲ୍ଲୀ : ଦିଲ୍ଲୀର ଜୟ ପଲିକେମ ଇଣ୍ଡିଆ ଲିମିଟେଡ ପକ୍ଷରୁ ୧୮୦୦ କୋଟି ଟଙ୍କାର ଏକ ବ୍ୟାଙ୍କ ଠକେଇ ପଦାକୁ ଆସିଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ ସମେତ ୧୩ଟି ବ୍ୟାଙ୍କ ଏହି ଠକେଇର ଶିକାର ହୋଇଛନ୍ତି। ଅଭିଯୋଗ ଆଧାରରେ ସିବିଆଇ ପକ୍ଷରୁ ଆଜି ଦିଲ୍ଲୀର ୩ଟି ସ୍ଥାନରେ ଚଢ଼ଉ କରାଯାଇଛି। ଏଥିସହିତ କମ୍ପାନି ଓ ଏହାର ଏମଡି ସତୀନ୍ଦର ସିଂହ ଧିଙ୍ଗରା, ନିର୍ଦ୍ଦେଶକ ସନ୍ଦୀପ ସିଂହ ମାଧୋକ୍‌, ଅନ୍ୟ ଏକ କମ୍ପାନି ଯଶପାର୍କ କେମିକାଲ୍ସ ଓ କେତେକ ଅଜଣା ବ୍ୟକ୍ତିଙ୍କ ନାମରେ ସିବିଆଇ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର