ନୂଆଦିଲ୍ଲୀ: ଆଜିକା ଦିନରେ ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ୍ ଉପଲବ୍ଧ । ତେବେ ଅନେକ ସମୟରେ ଦେଖିବାକୁ ମିଳିଛି, ମାର୍କେଟରେ ଜିନିଷପତ୍ର କିଣିବା ସମୟରେ ହେଉ ଅବା କୌଣସି ବନ୍ଧୁବାନ୍ଧବ ଘରକୁ ବୁଲିବାକୁ ଯାଇଥିବା ସମୟରେ ଫୋନ୍ଟିକୁ ଛାଡ଼ି ଦେଇ ଆସିଥାଉ। ଏତଦ୍ବ୍ୟତୀତ ଅନେକ ଥର ପିଲାମାନେ ବି ଆପଣଙ୍କ ଅଜାଣତରେ ଫୋନ୍କୁ ଛୁଇଁ ଥାଆନ୍ତି। ତେବେ ଛୋଟ ପିଲା ହୋଇଥିବାରୁ ଫୋନ୍ଟିକୁ କିପରି ଛୁଇଁବା କଥା କିପରି ନୁହେଁ, ତାହା ସେମାନଙ୍କୁ ଜଣା ନ ଥାଏ। ଏପରି କ୍ଷେତ୍ରରେ ଆପଣଙ୍କ ଫୋନ୍ ଖରାପ ହୋଇଯିବାର ବହୁ ଆଶଙ୍କା ଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଆପଣଙ୍କ ବ୍ୟତୀତ ଅନ୍ୟ କେହି ଯଦି ଫୋନ୍କୁ ସ୍ପର୍ଶ କରନ୍ତି ଏବଂ ଫୋନ୍ଟି ବାଜି ଉଠିବା ଭଳି ଯଦି ସୁବିଧା ରୁହନ୍ତା ତେବେ କେତେ ଭଲ ହୁଅନ୍ତା ବୋଲି ସମୟସମୟରେ ଆପଣଙ୍କ ମନରେ ଏପରି ଭାବନା ନିଶ୍ଚୟ ଆସିଥିବ। ଯଦି କେହି ଆପଣଙ୍କ ଅନିଚ୍ଛା ମୁତାବକ କେହି ବି ଯଦି ଫୋନ୍କୁ ଛୁଇଁବାକୁ ଚେଷ୍ଟା କରନ୍ତି ତେବେ ଆଲାର୍ମ ବାଜି ଉଠିବ। ତେବେ ଆସନ୍ତୁ ଜାଣିବା କିପରି ଏହି ସୁବିଧାକୁ ଆପଣଙ୍କ ଫୋନ୍ରେ ଉପଲବ୍ଧ କରାଇ ପାରିବେ।
ଆପଣଙ୍କ ଫୋନ୍ରେ ଏକ ମୋବାଇଲ ଆପ୍ ଡାଉନ୍ଲୋଡ କରିବାକୁ ହେବ। ଏଥିପାଇଁ ଆପଣଙ୍କୁ ପ୍ଲେ-ଷ୍ଟୋରରୁ Don’t Touch My Phone – #1 Anti Theft Alarm ମୋବାଇଲ ଆପ୍ ଇନ୍ଷ୍ଟଲ କରିବାକୁ ହେବ। ଏହାପରେ ଆପଣ ଯେଉଁଠାରେ ବି ଫୋନ୍ ରଖୁଛନ୍ତି ତେବେ ଏହି ଅପସନ୍କୁ ଅକ୍ଟିଭେଟ କରି ଦିଅନ୍ତୁ। ଫୋନ୍ ଲକ୍ ପଡ଼ିଲେ ବି ଏହା କାମ କରିବ। ଏହାପରେ ଆପଣଙ୍କ ଫୋନ୍ ଯେ କେହି ବି ଛୁଇଁଲେ ତାହା ବାଜି ଉଠିବ। ଏହି ଆଲାର୍ମ ସେ ପର୍ଯ୍ୟନ୍ତ ବାଜି ଉଠିବ ସେ ପର୍ଯ୍ୟନ୍ତ ଆପଣ ଏହାକୁ ବନ୍ଦ ନକରିଛନ୍ତି। ଏହି ଆପ୍ ଗୁଗୁଲ ପ୍ଲେ ଷ୍ଟୋରରେ ସମ୍ପୂର୍ଣ୍ଣ ମାଗଣା ରହିଛି।
ଏହି ଆପ୍କୁ ୨୦୧୭ ଡିସେମ୍ବର ୧୫ରେ ଅପଡେଟ୍ କରାଯାଇଥିଲା। ଏହାକୁ ଏଯାବତ୍ ୧୦ଲକ୍ଷରୁ ଉର୍ଧ୍ୱ ଲୋକ ବ୍ୟବହାର କରି ସାରିଲେଣି। ଯଦି ଆପଣ ଚାହିଁବେ ତେବେ ଗୁଗୁଲ ପ୍ଲେ ଷ୍ଟୋରରୁ ଏଭଳି ଅନ୍ୟ ଏକ ଆପ୍ ଡାଉନ୍ଲୋଡ କରି ପାରିବେ। ଏହି ଆପ୍ର ନାମ Dont touch my phone ୨୦୧୭ ରହିଛି।