ମୋବାଇଲ୍ ଫୋନ୍ ଆଜିକାଲି ଲୋକଙ୍କ ପାଇଁ ଏକ ଅତ୍ୟାବଶ୍ୟକ ସାମଗ୍ରୀରେ ପରିଣତ ହୋଇଯାଇଛି। ମୋବାଇଲରେ ଲୋକମାନେ କେବଳ କଥା ହେଉନାହାନ୍ତି ତାହାକୁ ଏକ ମିନି କମ୍ପ୍ୟୁଟର ଭାବେ ବ୍ୟବହାର କରାଯାଇ ପାରୁଛି। ତେଣୁ ମୋବାଇଲ ଫୋନ୍ଟିଏ ଚୋରି ହୋଇଗଲେ ଲୋକଙ୍କ ଚିନ୍ତା ବଢ଼ି ଯାଇଥାଏ। କିନ୍ତୁ ଏବେ କେତେକ ଆଣ୍ଟି ଥେପ୍ଟ ବା ଚୋରି ନିରୋଧୀ ସଫ୍ଟଓୟାର ବା ଆପ୍ସ ଆସିଲାଣି ଯାହା ଏ କ୍ଷେତ୍ରରେ ଲୋକଙ୍କୁ ସହାୟକ ହେଉଛି। ମୋବାଇଲରେ ଏହିସବୁ ଆପ୍ସ ରଖାଯିବା ଫଳରେ ଚୋରି ହୋଇଯାଇଥିବା ଫୋନ୍ ମିଳିବା ସହଜ ହେଉଛି।ଏଠାରେ କେତେକ ଆପ୍ସ ସମ୍ପର୍କରେ ସୂଚନା ଦିଆଗଲା।
ପ୍ରେ: ‘ପ୍ରେ’ ନାମରେ ଏକ ଆପ୍ସ ରହିଛି ଯାହାକୁ ସ୍ମାର୍ଟଫୋନ୍, ଟାବ୍ଲେଟ୍ ଏବଂ ଲାପଟପ୍ ଭଳି ଡିଭାଇସ୍ରେ ଡାଉନଲୋଡ କରାଯାଇ ପାରୁଛି। ଏହି ଆପ୍ସଟି ଫୋନ୍ଟି କେଉଁ ସ୍ଥାନରେ ରହିଛି ତାହାକୁ ଚିହ୍ନଟ କରିବାରେ ସହାୟକ ହେଉଛି। ଏତଦ୍ବ୍ୟତୀତ କମ୍ପ୍ୟୁଟର ସହାୟତାରେ ଫୋନ୍ରେ ଥିବା ଗୁରୁତ୍ୱପୂର୍ଣ୍ଣ ଡାଟାକୁ ଡିଲିଟ୍ କରାଯାଇ ପାରୁଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଫୋନ୍ର େଓ୍ଵବକ୍ୟାମେରା ମାଧ୍ୟମରେ ଚୋରି କରିଥିବା ବ୍ୟକ୍ତିର ଫଟୋ ଦେଖାଯାଇ ପାରିବ। ଏହାଫଳରେ ସଂପୃକ୍ତ ଚୋରକୁ ଖୋଜିବା ସହଜ ହୋଇପାରିବ। ଆଣ୍ଡ୍ରଏଡ୍, ଓ୍ଵିଣ୍ଡୋଜ୍ ଓ ଆଇଓଏସ୍ ଭଳି ଅପରେଟିଂ ସିଷ୍ଟମ୍ରେ ଏହା କାର୍ଯ୍ୟ କରୁଛି। ପ୍ରେପ୍ରୋଜେକ୍ଟ ଡଟ୍ କମ୍ ଏବଂ ଷ୍ଟୋର୍ରୁ ଏହି ଆପ୍କୁ ଡାଉନଲୋଡ କରାଯାଇ ପାରୁଛି।
ଏଫ୍-ସିକ୍ୟୋର: ଚୋରିରୁ ସୁରକ୍ଷା ଦେବାକୁ ଏଫ୍-ସିକ୍ୟୋର ନାମକ ଏକ ଆପ୍ ମଧ୍ୟ ରହିଛି। ଏହି ଆପ୍କୁ ମୋବାଇଲ ଫୋନ୍ରେ ଡାଉନଲୋଡ୍ କରାଯାଇ ପାରୁଛି। ଚୋରି ହୋଇ ଯାଇଥିବା ଫୋନ୍ରୁ ଅନ୍ୟ ଫୋନ୍କୁ ମେସେଜ୍ ଯିବା ସୁବିଧା ଏଥିରେ ରହିଛି। ଏତଦ୍ବ୍ୟତୀତ ଗୁଗୁଲ୍ ମ୍ୟାପ୍ ଜରିଆରେ ଚୋରି ହୋଇଯାଇଥିବା ଫୋନ୍ଟି କେଉଁ ସ୍ଥାନରେ ରହିଛି ତାହା ଜାଣିହେବ। ସେହିଭଳି ଫୋନ୍ରେ ଥିବା ଗୁରୁତ୍ୱପୂର୍ଣ୍ଣ ଡାଟାକୁ ମଧ୍ୟ ଡିଲିଟ୍ କରାଯାଇପାରିବ। ସିମ୍ବିଆନ୍, ଆଣ୍ଡ୍ରଏଡ୍, ଓ୍ଵିଣ୍ଡୋଜ୍ ଅପରେଟିଂ ସିଷ୍ଟମ୍ରେ ଏହା କାର୍ଯ୍ୟ କରୁଛି। ସିକ୍ୟୋର୍ ଡଟ୍ କମ୍ରୁ ଏହି ଆପ୍କୁ ଡାଉନଲୋଡ କରାଯାଇ ପାରିବ।
େଓ୍ଵଭସିକ୍ୟୋର: େଓ୍ଵଭସିକ୍ୟୋର ନାମରେ ଆଉ ଏକ ଆପ୍ ମଧ୍ୟ ଏ କ୍ଷେତ୍ରରେ ସହାୟକ ହେଉଛି। ମ୍ୟାକାଫି ପକ୍ଷରୁ ଏହି ଆପ୍ ପ୍ରସ୍ତୁତ ହୋଇଛି। ଏହି ଆପ୍ ମାଧ୍ୟମରେ ମୋବାଇଲକୁ ଦୂରରୁ ଲକ୍ କରାଯାଇ ପାରିବ। ଫୋନ୍ଟି କେଉଁ ସ୍ଥାନରେ ଅଛି ତାହାର ପତ୍ତା ମଧ୍ୟ ଲଗାଯାଇ ପାରିବ। ଏହା ପ୍ରାୟତଃ ସବୁ ଅପରେଟିଂ ସିଷ୍ଟମରେ କାମ କରୁଛି। େଓ୍ଵଭସିକ୍ୟୋର ଡଟ୍ କମ୍ କିମ୍ବା ଷ୍ଟୋରରୁ ଏହି ଆପ୍କୁ ଡାଉନଲୋଡ କରାଯାଇ ପାରିବ। ଏହାର ଟ୍ରାଏଲ ଭର୍ସନ ମାଗଣା ରହିଥିଲେ ମଧ୍ୟ ଏହାକୁ କିଣିଲେ ବର୍ଷକୁ ୧୨୫୦ ଟଙ୍କା ଦେବାକୁ ପଡ଼ୁଛି ବୋଲି ଜଣାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp