ନୂଆଦିଲ୍ଲୀ: ବିଶ୍ବର ଅନ୍ୟତମ ହାଇ ପ୍ରୋଫାଇଲ୍ ବ୍ୟକ୍ତି ତଥା ଆପଲ୍ର ସିଇଓ ଟିମ୍ କୁକ୍ କୋର୍ଟରେ ହାଜର ହୋଇଛନ୍ତି। ଆପଲ୍ କଂପାନି ବିରୋଧରେ ଫୋର୍ଟନାଇଟ୍ ନାମକ ଭିଡିଓ ଗେମ୍ ନିର୍ମାଣ କରୁଥିବା ସଂସ୍ଥା ଦାଖଲ କରିଥିବା ମାମଲାର ବିଚାର ବେଳେ ତାଙ୍କୁ କୋର୍ଟରେ ହାଜର ହେବାକୁ ପଡ଼ିଥିଲା। ତାଙ୍କୁ ପ୍ରାୟ ୪ ଘଣ୍ଟା ଜେରା କରାଯାଇଛି। ଆପଲ୍ ବଜାରରେ ଥିବା ନିଜର ଆଧିପତ୍ୟର ଅପବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ କୁକ୍ କହିଥିଲେ ଯେ ବ୍ୟବହାରକାରୀମାନଙ୍କ ସୁରକ୍ଷାକୁ କଂପାନି ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛି। ଦୀର୍ଘ ତିନି ସପ୍ତାହ ଧରି ଏହି ମାମଲାର ବିଚାର ଚାଲିଥିଲା। ଶେଷ ପର୍ଯ୍ୟାୟରେ କୁକ୍ଙ୍କୁ ହାଜର ହେବାକୁ ପଡ଼ିଥିଲା। ସେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିବା ବେଳେ କେତେକ ପ୍ରଶ୍ନକୁ ନେଇ ସହଜ ମନେ କରିନଥିଲେ।
ଆପଲ୍ ସିଇଓଙ୍କୁ କୋର୍ଟରେ ଜେରା
/sambad/media/post_attachments/wp-content/uploads/2021/05/apple-ceo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)