ନୂଆଦିଲ୍ଲୀ: ଲୋକପ୍ରିୟ ଆଇଫୋନ୍ ନିର୍ମାତା ଆପଲ୍ର ସିଇଓ ଟିମ୍ କୁକ୍ ଭାରତ ପ୍ରେମରେ ପଡ଼ିଯାଇଛନ୍ତି। ମୁମ୍ବାଇ ଓ ଦିଲ୍ଲୀରେ କଂପାନିର ଦୁଇ ଅଫିସିଆଲ ଷ୍ଟୋର୍ ଖୋଲିବା ପରଠାରୁ ସେ ଭାରତକୁ ନେଇ ଅତ୍ୟନ୍ତ ଉତ୍ସାହିତ ରହିଛନ୍ତି। କଂପାନିର ତ୍ରୈମାସିକ ଫଳାଫଳ ଘୋଷଣା ଲାଗି ଆୟୋଜିତ ବୈଠକରେ ସେ ୨୦ ଥର ଭାରତର ନାମ ନେଇଛନ୍ତି। କୁକ୍ କହିଛନ୍ତି ଯେ ଭାରତରେ ଖୋଲାଯାଇଥିବା ଦୁଇ ଷ୍ଟୋର୍ ବିଶ୍ବର ଅନ୍ୟ ଷ୍ଟୋରଗୁଡ଼ିକ ତୁଳନାରେ ଭଲ ଫଳ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଭାରତ ବଜାର ଯେଉଁଭଳି ଭାବେ ଆଗକୁ ବଢ଼ୁଛି ତାହାକୁ ନେଇ କୁକ୍ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଭାରତରେ କଂପାନି ଦୁଇ ଅଙ୍କ ବିଶିଷ୍ଟ ବୃଦ୍ଧି ହାସଲ କରିଛି। ଆଇଫୋନ୍ ବିକ୍ରି କରିବା ଲାଗି ଭାରତ ବହୁତ ଭଲ ବଜାର ବୋଲି ସେ କହିଛନ୍ତି। ଆପଲ୍ ଚୀନ୍ରୁ ନିଜ ଧ୍ୟାନ ହଟାଇ ଭାରତକୁ ଗୁରୁତ୍ବ ଦେବା ଆରମ୍ଭ କରିଛି।
ବୈଠକରେ ୨୦ ଥର ଭାରତ ନାମ ନେଲେ ଆପଲ୍ ସିଇଓ
/sambad/media/post_attachments/wp-content/uploads/2023/05/54h65f4h6fshfshsfh.jpg)