ନୂଆଦିଲ୍ଲୀ: ଭାରତରେ ଆପଲ୍ ଆଇଫୋନ୍ର ବିଭିନ୍ନ ମଡେଲ୍ ମୂଲ୍ୟ ବଢ଼ିଛି। ଆଇଫୋନ୍ ଏକ୍ସର ମୂଲ୍ୟ ୯୫,୩୯୦ ଟଙ୍କାକୁ ବୃଦ୍ଧି ପାଇଛି। ବଜେଟ୍ ପୂର୍ବରୁ ଏହାର ମୂଲ୍ୟ ୮୯ ହଜାର ଟଙ୍କା ଥିଲା। ସେହିପରି ଆଇଫୋନ୍ ୮ର ମୂଲ୍ୟ ୬୭,୯୪୦ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଆଇଫୋନ୍ ୮ ପ୍ଲସ୍ର ମୂଲ୍ୟ ୮୧,୫୦୦ ଟଙ୍କା ହୋଇଛି। ଆଇଫୋନ୍ ୭ ଏବଂ ୭ ପ୍ଲସ୍ର ମୂଲ୍ୟ ଯଥାକ୍ରମେ ୫୨,୩୭୦ ଏବଂ ୬୨,୩୪୦ ଟଙ୍କା ହୋଇଛି। ଆଇଫୋନ୍ ୬, ୬ଏସ୍ ଏବଂ ୬ଏସ୍ ପ୍ଲସ୍ର ମୂଲ୍ୟ ମଧ୍ୟ ବଢ଼ିଛି। ଉଲ୍ଲେଖଯୋଗ୍ୟ ଆଇଫୋନ୍ର ବିଭିନ୍ନ ମଡେଲ୍ ୩୨ ଜିବି, ୬୪ ଜିବି, ୧୨୮ ଜିବି ଓ ୨୫୬ ଜିବିରେ ଉପଲବ୍ଧ ହେଉଛି। ବିଭିନ୍ନ ମଡେଲ୍ର ମୂଲ୍ୟ ଭିନ୍ନ ଭିନ୍ନ ରହିବ।
ଆପଲ୍ ଆଇଫୋନ୍ ମୂଲ୍ୟ ବଢ଼ିଲା
/sambad/media/post_attachments/wp-content/uploads/2018/02/iphone-x-18.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)