ରିଲାଏନ୍ସ ଜିଓର ଜବରଦସ୍ତ ଅଫର: ଆଇଫୋନ୍‌ କିଣି ୭୦ ପ୍ରତିଶତ ପାଆନ୍ତୁ ବାୟବ୍ୟାକ

ନୂଆଦିଲ୍ଲୀ: ଆମେରିକା ଫୋନ ର୍ନିମାଣ କମ୍ପାନି ଆପୋଲର ଆଇଫୋନଏକ୍ସର ପ୍ରି ବୁକିଂ ଇ-କମର୍ସ ୱେବସାଇଟ୍‌ ଆମାଜନ ଏବଂ ଫ୍ଲିପକାର୍ଟରେ ଆରମ୍ଭ ହୋଇସାରିଛି । ଆଉ ଏହି ଫୋନ ସହିତ ଟେଲିକମ କମ୍ପାନି ରିଲାଏନ୍‌ସ ଜିଓ ଆଣି ଦେଇଛି ୭୦ ପ୍ରତିଶତ ବାୟବ୍ୟାକର ଅଫର । ସେହିପରି ଚାଇନା କମ୍ପାନି ସାଓମିର ଏମଆଇ ମାକ୍ସ-୨କୁ ୧ ହଜାର ଟଙ୍କାର ରିହାତିରେ କିଣି ପାରିବେ ।

ସୂଚନା ମୁତାବକ, ଯଦି ଗ୍ରାହକ ଆଇଫୋନ ଏକ୍ସ ରିଲାଏନ୍‌ସ ରିଟେଲ ଲିମିଟେଡ୍‌ ଷ୍ଟୋର, ଜିଓ ଡଟ୍‌ କମ, ମାଇଜିଓ ଆପ କିମ୍ବା ଆମାଜନରୁ କିଣନ୍ତି ତେବେ ଜିଓର ବାୟବ୍ୟାକ୍‌ ଅଫରର ଲାଭ ଉଠାଇପାରିବେ । ଏହି ଅଫରର ବୈଧତା ଡିସେମ୍ବର ୩୧ପର୍ଯ୍ୟନ୍ତ ରହିଛି । ଏହି ଅଫର ଆଧାରରେ ଆଇଫୋନ ଏକ୍ସ ୟୁଜର୍ସକୁ ଫୋନ କିଣିବା କିମ୍ବା ଏନରୋଲମେଂଟର ଆଗାମୀ ୧୨ ମାସ ପର୍ଯ୍ୟନ୍ତ ଅତି କମରେ ୭୯୯ ଟଙ୍କା ପ୍ରତି ମାସ ରିଚାର୍ଜ କରିବାକୁ ପଡିବ । ସେହିପରି ପୋଷ୍ଟପେଡ ୟୁଜର୍ସଙ୍କୁ ୭୦୦ଟଙ୍କା ପ୍ରତି ମାସର ପ୍ଲାନ ଆକ୍ଟିଭ କରିବାକୁ ପଡିବ । ୭୯୯ ଟଙ୍କା ବ୍ୟତୀତ ପ୍ରିପେଡ ୟୁଜର୍ସଙ୍କୁ ୯,୯୯୯ଟଙ୍କାର ୱାନ ଟାଇମ ରିଚାର୍ଜ କରିବାକୁ ପଡିପାରେ ।

ଯଦି ୧୨ ମାସ ପରେ ୟୁଜର୍ସଙ୍କୁ ଆଇଫୋନ ଏକ୍ସ ଫେରସ୍ତ କରିବାକୁ ପଡିବ ଏବଂ ଫୋନ ଚାଲୁ ରହିବା ସ୍ଥିତିରେ ଥିବା ଆବଶ୍ୟକ । ଏହାପରେ ଗ୍ରାହକଙ୍କୁ ଫୋନର ଏମଆରପିର ୭୦ ପ୍ରତିଶତ ଅର୍ଥ ରାଶି ଫେରସ୍ତ କରିଦିଆଯିବ। ରିଡେମ୍ପସନ ଅବଧି ୨୦୧୮ ଅକ୍ଟୋବର ୧ ରୁ ୩୧ ପର୍ଯ୍ୟନ୍ତ ରହିଛି । ଏହି ଅଫରର ଅଧିକ ସୂଚନା ପାଇଁ ଆପଣ ଜିଓର ଅଫିସିଆଲ ୱେବସାଇଟକୁ ଯାଇ ଜାଣିପାରିବେ । ସେହିପରି ଯଦି ଗ୍ରାହକ ସିଟି ବ୍ୟାଙ୍କର କ୍ରେଡିଟ୍‌ କାର୍ଡ ଏବଂ ୱାଲ୍‌ଡ ଡେଭିଟ୍‌ କାର୍ଡରୁ ପେମେଣ୍ଟ କରୁଛନ୍ତି ତେବେ ତାଙ୍କୁ ୧୦ ହଜାର ଟଙ୍କାର ଅତିରିକ୍ତ କ୍ୟାସବ୍ୟାକ୍‌ ମଧ୍ୟ ମିଳିବ।

ତେବେ ଭାରତରେ ଆଇଫୋନ ଏକ୍ସର ୬୪ ଜିବି ଷ୍ଟୋରେଜ ୱାରିଏଂଟର ମୂଲ୍ୟ ରହିଛି ୮୯,୦୦୦ଟଙ୍କା । ସେହିପରି ୨୫୬ ଜିବି ୱାରିଏଂଟର ଦାମ ରହିଛି ୧,୦୨,୦୦୦ ଟଙ୍କା ରହିଛି। ଏହା ସିଲଭର ଏବଂ ସ୍ପେସ ଗ୍ରେ କଲରରେ ବଜାରରେ ଉପଲବ୍ଧ ହେବ ।

ସମ୍ବନ୍ଧିତ ଖବର