ଆପଲ୍‌ ଭିଜନ ପ୍ରୋ’କୁ ମସ୍କ, ଜୁକରବର୍ଗଙ୍କ ଉପହାସ

ନୂଆଦିଲ୍ଲୀ: ଆମେରିକୀୟ କଂପାନି ଆପଲ୍‌ ଉନ୍ମୋଚନ କରିଥିବା ୩ ଲକ୍ଷ ଟଙ୍କିଆ ଭର୍ଚୁଆଲ୍‌ ରିଅଲିଟି ହେଡ୍‌ସେଟ୍‌ ଭିଜନ ପ୍ରୋ’କୁ ପ୍ରଯୁକ୍ତି ଦୁନିଆର ଦୁଇ ବିଶିଷ୍ଟ ଉଦ୍ୟୋଗୀ ଟେସ୍‌ଲାର ମୁଖ୍ୟ ଏଲନ୍‌ ମସ୍କ ଓ ମେଟା ମୁଖ୍ୟ ମାର୍କ ଜୁକରବର୍ଗ ଉପହାସ କରିଛନ୍ତି। ଭିଜନ ପ୍ରୋ’ର ମୂଲ୍ୟକୁ ନେଇ ମସ୍କ କଟାକ୍ଷ କରିବା ସହ ଏକ ମିମ୍ ସେୟାର କରି ଜଣାଇଛନ୍ତି ଯେ ୨୦ ଡଲାରରେ ମିଳୁଥିବା ଭିଆର୍‌ ହେଟ୍‌ସେଟ୍ ଓ ଆପଲ୍‌ର ୩୫୦୦ ଡଲାର ମୂଲ୍ୟର ହେଟ୍‌ସେଟ୍‌ ଭିତରେ ବିଶେଷ କିଛି ଫରକ ନାହିଁ। ମେଟାର ମୁଖ୍ୟ ଜୁକରବର୍ଗ କହିଛନ୍ତି ଯେ ଆମେ ଯେଉଁଭଳି ହେଡ୍‌ସେଟ୍‌ ଚାହୁଥିଲୁ ଆପଲ୍‌ର ହେଡ୍‌ସେଟ୍‌ ସେଭଳି ହୋଇପାରିନାହିଁ। ଏଥିରେ କିଛି ନୂଆ ନାହିଁ ଯାହା ମେଟା ବିକାଶ କରିନାହିଁ। କମ୍ପ୍ୟୁଟିଂର ଭବିଷ୍ୟତ ଦୃଷ୍ଟିରୁ ଯଦିଓ ତାହା ଏକ ଭଲ ଡିଭାଇସ୍‌ କିନ୍ତୁ ତାହା ମୁଁ ଚାହୁଥିବା ଡିଭାଇସ୍‌ ଭଳି ନୁହେଁ ବୋଲି ସେ କହିଛନ୍ତି। ଆପଲ୍‌ ଏହାର ଭିଜନ ପ୍ରୋକୁ ଉନ୍ମୋଚନ କରିବାର କିଛି ଦିନ ପୂର୍ବରୁ ମେଟା ନିଜର ଭିଆର୍‌ ହେଡ୍‌ସେଟ୍‌ ‘କ୍ବେଷ୍ଟ୍‌୩’କୁ ଉନ୍ମୋଚନ କରିଥିଲା। ତାହାର ମୂଲ୍ୟ ୪୧ ହଜାର ଟଙ୍କା ରଖାଯାଇଛି।

ସମ୍ବନ୍ଧିତ ଖବର