୨୦୨୪ରେ ଆସିବ ଆପଲ୍‌ ଇଲେକ୍ଟ୍ରିକ୍ କାର୍

ନୂଆଦିଲ୍ଲୀ: ଆଇଫୋନ୍ ନିର୍ମ‌ାଣ କରୁଥିବା ଆମେରିକାର ସଂସ୍ଥା ଆପଲ୍‌ ୨୦୨୪ରେ ଏହାର ଇଲେକ୍ଟ୍ରିକ୍ କାର୍ ଉତ୍ପାଦନ ଆରମ୍ଭ କରିବାକୁ ଯୋଜନା ରଖିଛି। ଏଥିରେ କଂପାନି ଏକ ଅଭିନବ ବ୍ୟାଟେରି ପ୍ରଯୁକ୍ତି ବ୍ୟବହାର କରିବ। ଫଳରେ ବ୍ୟାଟେରି ପାଇଁ ହେଉଥିବା ଖର୍ଚ୍ଚ କମ୍ ହେବ ଓ କାର୍‌ର ଦାମ୍ ମଧ୍ୟ ହ୍ରାସ ପାଇବ। ୨୦୧୪ରେ ଆପଲ୍‌ ଏକ ସ୍ବୟଂଚାଳିକ କାର୍ ପ୍ରଯୁକ୍ତି ଉପରେ କାମ ଆରମ୍ଭ କରିଥିଲା। ଏହାର ନାମ ରଖାଯାଇଥିଲା ପ୍ରୋଜେକ୍ଟ ଟାଇଟାନ୍। ଏକ ସମୟରେ ଆପଲ୍ ଏହି ପ୍ରକଳ୍ପରୁ ଧ୍ୟାନ ହଟାଇ ନେଇଥିଲା। ଏବେ ସାଧାରଣ ଜନତାଙ୍କ ପାଇଁ କଂପାନି କାର୍‌ ବିକଶିତ କରିବା ଉପରେ ପୁଣି ଧ୍ୟାନ କେନ୍ଦ୍ରୀତ କରିଛି। ଯଦି ଆପଲ୍‌ ଏହାର କାର୍‌କୁ ସମ୍ପୂର୍ଣ୍ଣ ବିକଶିତ କରିବାରେ ସଫଳ ହେବ ତାହାକୁ କିଏ ନିର୍ମାଣ କରିବ ତାହା ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର