ନୂଆଦିଲ୍ଲୀ: ଆପଲ୍ର ସିଇଓ ଟିମ୍ କୁକ୍ କମ୍ପାନିର ସବୁଠୁ ପତଳା ଆଇଫୋନ୍ ୧୭ ଏୟାର ଉନ୍ମୋଚନ କରିଛନ୍ତି। ଏହାର ମୋଟେଇ ୫.୫ ଏମ୍ଏମ୍ ଥିବା ବେଳେ ଓଜନ ହେଉଛି ୧୪୫ ଗ୍ରାମ। ଏଥିରେ ୨୮୦୦ ଏମ୍ଏଏଚ୍ ବ୍ୟାଟେରି ବ୍ୟବହାର କରାଯାଇଛି। ଏଥି ସହିତ କମ୍ପାନି ପକ୍ଷରୁ ଆଇଫୋନ୍ ୧୭ ପ୍ରୋ ଓ ଆଇଫୋନ୍ ୧୭ ପ୍ରୋ ମ୍ୟାକ୍ସକୁ ମଧ୍ୟ ଉନ୍ମୋଚନ କରାଯାଇଛି। ଏଥିରେ କମ୍ପାନି ଏ୧୯ ଚିପ୍ସେଟ୍ ବ୍ୟବହାର କରିଛି। ପଛ ପାର୍ଶ୍ବରେ ରହିଛି ୪୮ ମେଗାପିକ୍ସେଲ୍ କ୍ୟାମେରା।
ଫୋନ୍ର ଉତ୍ତାପ ପରିଚାଳନା ପାଇଁ ଭାପୋର୍ ଚ୍ୟାମ୍ବର ବ୍ୟବହାର କରାଯାଇଛି। ଫୋନ୍ରେ ଆଲୁମିନିୟମ୍ ବଡି ଓ ସେରାମିକ୍ ସିଲ୍ଡ ଡିସ୍ପ୍ଲେ ଉପଯୋଗ କରାଯାଇଛି। ଆଇଫୋନ୍ ୧୭ ପାଞ୍ଚଟି ରଙ୍ଗରେ ଉପଲବ୍ଧ ହେବ। ଆଇଫୋନ୍ ଏୟାର୍ ଦାମ୍ ୯୯୯ ଡଲାର ଏବଂ ଆଇଫୋନ୍ ୧୭ ପ୍ରୋ ଦାମ୍ ୧୦୯୯ ଡଲାର ରହିଛି। ଏହା ବ୍ୟତୀତ କମ୍ପାନି ପକ୍ଷରୁ ଆପଲ୍ ଏୟାରପଡ୍ସ ପ୍ରୋ ୩, ଆପଲ୍ ୱାଚ୍ର ନୂଆ ସିରିଜ୍କୁ ମଧ୍ୟ ଉନ୍ମୋଚନ କରାଯାଇଛି। ଏୟାର୍ପଡ୍ସ ପ୍ରୋ ୩ ଓ ଆପଲ୍ ୱାଚ୍ ଏସ୍ଇ ୩ର ଦାମ୍ ୨୪୯ ଡଲାର ଲେଖାଏଁ ରଖାଯାଇଛି। ଆପଲ୍ ୱାଚ୍ ସିରିଜ୍ ୧୧ ଦାମ୍ ୩୯୯ ଡଲାର ଓ ଆପଲ୍ ୱାଚ୍ ଅଲ୍ଟ୍ରା ୩ର ଦାମ୍ ୭୯୯ ଡଲାର ରହିଛି।