୯୨% ଆଇଜିିଏସ୍‌ଟି ରିଫଣ୍ଡ୍‌ ଦାବି ପ୍ରଦାନ କରାଯାଇଛି

ନୂଆଦିଲ୍ଲୀ: ରପ୍ତାନି ବାବଦରେ ଜିଏସ୍‌ଟି ରିଫଣ୍ଡ୍‌ ପଡ଼ି ରହିଥିବା ନେଇ କେତେକ ଖବର ପ୍ରକାଶ ପାଇଛି। ବ୍ୟବସାୟିକ ସଂସ୍ଥା ଗୁଡ଼ିକୁ ଆଧାର କରି ପ୍ରକାଶ ପାଇଥିବା ଏହି ଖବର ତ୍ରୁଟିପୂର୍ଣ୍ଣ ବୋଲି ଅର୍ଥମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ବହୁସଂଖ୍ୟକ ରପ୍ତାନିକାରୀଙ୍କୁ ରିଫଣ୍ଡ କରାଯାଇ ସାରିଛି। କେତେକ ଦାବିରେ ତ୍ରୁଟି ଥିବାରୁ ସେଗୁଡ଼ିକ ପଡ଼ିରହିଛି। ଆଇଜିଏସଟି ରିଫଣ୍ଡ ଦାବି ମଧ୍ୟରୁ ୯୨.୬୮% ନିର୍ଦ୍ଧାରିତ ତାରିଖ ସୁଦ୍ଧା ଜିଏସଟିଏନରୁ ସୀମାଶୁଳ୍କକୁ ଜାରି କରାଯାଇ ସାରିଛି। ଅବଶି‌ଷ୍ଟ ଯେଉଁ ଦାବି ପଡ଼ିରହିଛି ସେଥିରେ ତ୍ରୁଟି ରହିଛି। ଏ ବାବଦରେ ପରବର୍ତ୍ତୀ ପଦକ୍ଷେପ ନେବା ଲାଗି ରପ୍ତାନିକାରୀମାନଙ୍କୁ ସୂଚିତ କରାଯାଇ ସାରିଛି। ଏବେ ସୁଦ୍ଧା ମୋଟ ଜିଏସଟି ରିଫଣ୍ଡ ରାଶି ୭୧,୧୬୯ କୋଟି ଟଙ୍କା ରହିଛି। ତେଣୁ ରପ୍ତାନିକାରୀ ସଂସ୍ଥା ଗୁଡ଼ିକ ସତ୍ୟ ଆଧାରିତ ତଥ୍ୟ ସେମାନଙ୍କ ପ୍ରେସ ବାର୍ତ୍ତାରେ ଦେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର