ସୋଆରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କଲା ମାଇକ୍ରୋସଫ୍ଟ

ଭୁବନେଶ୍ବର: ମାଇକ୍ରୋସଫ୍ଟ ପକ୍ଷରୁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ଅନ୍ତର୍ଗତ ଆଇଟିଇଆର୍‌ରେ ୨୦୨୦ ବ୍ୟାଚ୍ ବିଟେକ୍ ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୦ ବ୍ୟା‌ଚ୍‌ର ୮ ଜଣ ଓ ୨୦୧୯ ବ୍ୟାଚ୍‌ର ୯ ଜଣ ଛାତ୍ରଛାତ୍ରୀଙ୍କୁ ମାଇକ୍ରୋସଫ୍ଟ ନିଯୁକ୍ତି ଦେଇଛି। ୨୦୧୯ ବ୍ୟାଚ୍‌ର ଆଇଟିଇଆର୍‌ର ବହୁ ଛାତ୍ରଛାତ୍ରୀ ମାଇକ୍ରୋସଫ୍ଟ, ଆମାଜନ୍, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ବୋସ୍, ଡିଲୋଏ୍ଟ୍‌, ଆଇବିଏମ୍, ସିଟିଏସ୍, ଇନ୍‌ଫୋସିସ୍, ୱିପ୍ରୋ, ହାଇରାଡିଅସ୍, ଟିଭିଏସ୍ ମୋଟର୍ସ, ମୁସିଗ୍ମା ଓ ଟାଟା ଷ୍ଟିଲ୍‌ ପରି କମ୍ପାନିରେ ନିଯୁକ୍ତି ପାଇଛନ୍ତି।

ସମ୍ବନ୍ଧିତ ଖବର