ଏପ୍ରିଲ ୧ରେ ବନ୍ଦ ରହିବ ବ୍ୟାଙ୍କ ! କର୍ମଚାରୀ ଆସିବେ କିନ୍ତୁ ଗ୍ରାହକଙ୍କୁ ସେବା ଯୋଗାଇବେ ନାହିଁ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ ସମାପ୍ତ ହେବାକୁ ଯାଉଛି। ସୋମବାର ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବ।  ଏପ୍ରିଲ ୧ ଭାରତରେ ବ୍ୟାଙ୍କ ଛୁଟି ରହିଛି।  ଏପ୍ରିଲ ୧ ଅର୍ଥାତ ସୋମବାର ବ୍ୟାଙ୍କ୍‌ ଆକାଉଣ୍ଟ କ୍ଲୋଜିଂ ଡେ। ତେବେ ଏହି ଦିନ କର୍ମଚାରୀମାନେ ବ୍ୟାଙ୍କ ଆସିବେ କିନ୍ତୁ ଗ୍ରାହକଙ୍କୁ ସେବା ଯୋଗାଇ ପାରିବେ ନାହିଁ। ଏପ୍ରିଲ ୧ ବ୍ୟତୀତ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ଆହୁରି ୫ଦିନ ବ୍ୟାଙ୍କ ଛୁଟି ରହିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

Punjab Today

ଏପ୍ରିଲ ୫ (ଶୁକ୍ରବାର): ବାବୁ ଜଗଜୀବନ ରାମ ଜୟନ୍ତୀ: ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ

ଏପ୍ରିଲ ୬ (ଶନିବାର): ସାଜିବୁ ନୋନ୍‌ଗମା ପାନ୍‌ବା: ମଣିପୁର

ଏପ୍ରିଲ ୬ (ଶନିବାର): ଉଗାଡି-ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ

ଏପ୍ରିଲ ୬ (ଶନିବାର): ଗୁଡି ପାଡଓ୍ଵା: ମହାରାଷ୍ଟ୍ର

ଏପ୍ରିଲ ୧୫ (ସୋମବାର): ବୋହାଗ୍‌ ବିହୁ: ଆସାମ, ଅରୁଣାଚଳ ପ୍ରଦେଶ

ଏପ୍ରିଲ ୧୫ (ସୋମବାର): ପୋଇଲା ବୈଶାଖ: ତ୍ରିପୁରା, ପଶ୍ଚିମବଙ୍ଗ

ଏପ୍ରିଲ ୧୫ (ସୋମବାର): ହିମାଚଳ ଡେ: ହିମାଚଳ ପ୍ରଦେଶ

ଏପ୍ରିଲ ୧୫ (ସୋମବାର): ଭିସୁ: କେରଳ

ଏପ୍ରିଲ ୧୭ (ବୁଧବାର): ମହାବୀର ଜୟନ୍ତୀ-ତାମିଲନାଡୁ, ଛତିଶଗଡ଼,ରାଜସ୍ଥାନ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ,ହରିୟାଣା, କର୍ଣ୍ଣାଟକ, ଦିଲ୍ଲୀ, ଦାଦ୍ରା, ପଞ୍ଜାବ ଓ ଉତ୍ତର ପ୍ରଦେଶ।

ଏପ୍ରିଲ ୧୯ (ଶୁକ୍ରବାର): ଗୁଡ ଫ୍ରାଇଡେ: ଜାତୀୟ ( ଜମ୍ମୁକଶ୍ମୀର ଓ ହରିୟାଣାକୁ ଛାଡି)।

ସମ୍ବନ୍ଧିତ ଖବର