ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟରେ ‘ଏପିଏସ୍‌ଏସ୍‌ଡିସି’ ଅଧ୍ୟକ୍ଷ

ଭୁବନେଶ୍ବର : ଆନ୍ଧ୍ର ପ୍ରଦେଶ ରାଜ୍ୟ କୌଶଳ ବିକାଶ ନିଗମ (ଏପିଏସ୍‌ଏସ୍‌ଡିସି)ର ଅଧ୍ୟକ୍ଷ ସି ଏମ୍ ରେଡ୍ଡି ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ବିଶ୍ବବିଦ୍ୟାଳୟରେ ପ୍ରଦାନ କରାଯାଉଥିବା କୌଶଳ ପ୍ରଶିକ୍ଷଣ ବ୍ୟବସ୍ଥାକୁ ସେ ବୁଲି ଦେଖିଛନ୍ତି। ତାଙ୍କ ସହିତ ଏପିଏସ୍‌ଏସ୍‌ଡିସିର ସିଜିଏମ୍ ଡକ୍ଟର ରବି ଗୁଜୁଲା ଓ ଅନ୍ୟମାନେ ମଧ୍ୟ ବିଶ୍ବବିଦ୍ୟାଳୟର ବିଭିନ୍ନ ଲ୍ୟାବ୍ ଓ କୌଶଳ କେନ୍ଦ୍ର ବୁଲି ଦେଖିଥିଲେ। ସ୍କିଲ୍‌ ଇଣ୍ଡିଆ ମିସନ୍ ପ୍ରତି ଗୁରୁତ୍ବପୂର୍ଣ୍ଣ ଅବଦାନ ପ୍ରଦାନ କରୁଥିବା ଏକ ବିଶ୍ବବିଦ୍ୟାଳୟ ହେଉଛି ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ ‌ବୋଲି ଶ୍ରୀ ରେଡ୍ଡି ଏହି ଅବସରରେ କହିଛନ୍ତି।

ସମ୍ବନ୍ଧିତ ଖବର