ପ୍ରଶାସନିକ ପରୀକ୍ଷା ପ୍ରସ୍ତୁତି ନିମନ୍ତେ ଆପ୍ଟି ପ୍ଲସ୍‌

ଭୁବନେଶ୍ବର: ଆପ୍ଟି ପ୍ଲସ୍‌ ଏକାଡେମି ଫର୍‌ ସିଭିଲ୍‌ ସର୍ଭିସେସ୍‌ ପକ୍ଷରୁ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ନିଜର ଶିକ୍ଷାଦାନ ପ୍ରଣାଳୀରେ ଅଭିନବତ୍ବ ଆଣାଯିବା ସହ କୋଭିଡ-୧୯ର ପରିସ୍ଥିତିକୁ ଆଖି ଆଗରେ ରଖି ସମସ୍ତ ପ୍ରକାର ସୁରକ୍ଷା ସହିତ ଶିକ୍ଷାଦାନର ବ୍ୟବସ୍ଥା କରାଯାଇଛି। ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ପାଠପଢ଼ାର ବ୍ୟବସ୍ଥା କରାଯାଇଛି। ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା-୨୦୨୨ ଏବଂ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୨୧ ନିମନ୍ତେ ଆପ୍ଟି ପ୍ଲସରେ ନାମଲେଖା ଚାଲିଛି।

ବିଗତ ବର୍ଷର ଫଳାଫଳ ତୁଳନାରେ ଚଳିତବର୍ଷ କିଭଳି ଅଧିକ ସଫଳତା ଛାତ୍ରଛାତ୍ରୀମାନେ ପାଇବେ ସେଥିପାଇଁ ଆପ୍ଟି ପ୍ଲସ ଯତ୍ନର ସହିତ କାର୍ଯ୍ୟ କରୁଛି। ଛାତ୍ରଛାତ୍ରୀମାନଙ୍କର ବିକାଶ,ଚରିତ୍ର ଗଠନ ଏବଂ କନ୍‌ଫିଡେନ୍ସ ବିଲ୍‌ଡିଂ କ୍ଷେତ୍ରରେ ଆପ୍ଟି ପ୍ଲସ ନିରନ୍ତର ପ୍ରଚେଷ୍ଟା ଚଳାଇଛି। ମକ୍‌ ଇଣ୍ଟରଭ୍ୟୁ ଓ ସେମିନାର ଆଦି ଜରିଆରେ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ଓ ଉପସ୍ଥାପନା ଦକ୍ଷତାକୁ ବୃଦ୍ଧି କରାଉଛି। ଆପ୍ଟି ପ୍ଲସର ଶିକ୍ଷାଦାନ ପ୍ରଣାଳୀରେ ଦିଲ୍ଲୀର ଅଭିଜ୍ଞ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ସାମିଲ କରାଯାଇ ଶିକ୍ଷାଦାନ କରାଯାଉଛି।

ସମ୍ବନ୍ଧିତ ଖବର