ଆପ୍ଟି ପ୍ଲସ୍‌ର ଆଇଏଏସ୍‌ ସେମିନାର ୨୩ରେ

ଭୁବନେଶ୍ବର: ପ୍ରଶାସନିକ ସେବା ପରୀକ୍ଷା ନିମନ୍ତେ ପ୍ରସ୍ତୁତିକୁ ନେଇ ଜୟଦେବ ବିହାର ଠାରେ ଥିବା ଆପ୍ଟିପ୍ଲସ୍‌ ଏକାଡେମି ପକ୍ଷରୁ ଏକ ନିଃଶୁଳ୍କ ସେମିନାର ଆସନ୍ତା ଜୁନ୍ ୨୩ରେ ଆୟୋଜନ କରାଯିବ। ୨୦୧୮ରେ ଆଇଏଏସ୍ ପରୀକ୍ଷାରେ ସଫଳତା ହାସଲ କରିଥିବା ୫ ଜଣ ଛାତ୍ରଛାତ୍ରୀ ରାହୁଲ ଜୈନ, ସାୱନ କୁମାର, ନମିତା ଶର୍ମା, ଜୁବିନ ମହାପାତ୍ର ଓ ସୋମାଲିନ ଶୁଭଦର୍ଶିନୀ ସେମିନାରରେ ଭାଗ ନେବେ। ଏହି ସେମିନାରରେ ଭାଗ ନେବାକୁ ଚାହୁଥିବା ଛାତ୍ରଛାତ୍ରୀମାନେ ୯୯୩୮୩୮୬୧୬୬ରେ ଯୋଗାଯୋଗ କରି କିମ୍ବା ଆପ୍ଟିପ୍ଲସ୍‌ର ୱେବସାଇଟ୍‌ www.aptiplus.in ଓ www.iasgyan.inରେ ପଞ୍ଜୀକରଣ କରିପାରିବେ ବୋଲି ଆପ୍ଟିପ୍ଲସ୍‌ ଏକାଡେମିର ନିର୍ଦେଶକ ଡକ୍ଟର ସୁସିଜିତ ସାହୁ ସୂଚନା ଦେଇଛନ୍ତି। ଆଇଏଏସ୍‌ ପରୀକ୍ଷାରେ କିଭଳି ସଫଳତା ହାସଲ କରିହେବ ସେ ବିଷୟରେ ଏହି ସେମିନାରରେ ସୂଚନା ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର