ଆପ୍ଟିପ୍ଲସ୍‌ରେ ଆଇଏଏସ୍‌, ଓଏଏସ୍‌ କୋଚିଂ

ଭୁବନେଶ୍ୱର: ଆଇଏଏସ୍‌ ଓ ଓଏଏସ୍‌ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ କରାଉଛି ଆପ୍ଟିପ୍ଲସ୍‌। ଏହାର ଛାତ୍ର ସଚିନ ଗୁପ୍ତା ସର୍ବଭାରତୀୟ ଆଇଏଏସ୍‌ ପରୀକ୍ଷାରେ ତୃତୀୟ ସ୍ଥାନ ହାସଲ କରିଛନ୍ତି। ମୋଟ ୨୭ ଜଣ ଛାତ୍ରଛାତ୍ରୀ ଏଥର ସଫଳତା ପାଇଛନ୍ତି। ୨୦୧୬ରେ ମଧ୍ୟ ଆପ୍ଟିପ୍ଲସ୍‌ର ଛାତ୍ର ଗୋପାଳକୃଷ୍ଣ ରୋନାଙ୍କି ସର୍ବଭାରତୀୟ ତୃତୀୟ ସ୍ଥାନ ହାସଲ କରିଥିଲେ। ସେହିବର୍ଷ ମୋଟ ୩୦ ଜଣ ଛାତ୍ରଛାତ୍ରୀ ଉତ୍ତିର୍ଣ୍ଣ ହୋଇଥିଲେ।

ସେଥଇ ମଧ୍ୟରୁ ୧୦ ଜଣ ପ୍ରଥମ ୫୦ ଜଣଙ୍କ ମଧ୍ୟରେ ଥିଲେ। ଆପ୍ଟିପ୍ଲସ୍‌ର ଫାକଲ୍‌ଟିମାନଙ୍କର ପ୍ରଶାସନିକ ସେବା ପ୍ରଶିକ୍ଷଣରେ ୫ରୁ ୧୫ ବର୍ଷ ପର୍ଯ୍ୟନ୍ତ ଅଭିଜ୍ଞତା ରହିଛି। ଛାତ୍ରଛାତ୍ରୀଙ୍କୁ ଏହା ସ୍ୱତନ୍ତ୍ର ପାଠାଗାର ସୁବିଧା ପ୍ରଦାନ କରିଛି। ସର୍ବଭାରତୀୟ ଟେଷ୍ଟ୍‌ ସିରିଜ୍‌ ଯୋଗାଇ ଦେଉଛି। ନିକଟରେ ଓ୍ଵାର୍ଲଡ୍‌ ଓ୍ଵାଇଡ୍‌ ଆଚିଭର୍ସ ଓ ଇଣ୍ଡିଆ ଟୁଡେ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଆପ୍ଟିପ୍ଲସ୍‌କୁ ଓଡ଼ିଶାର ଶ୍ରେଷ୍ଠ ଆଇଏଏସ୍‌ କୋଚିଂ ପ୍ରତିଷ୍ଠାନ ଭାବେ ପୁରସ୍କୃତ କରାଯାଇଥିଲା। ଆପ୍ଟିପ୍ଳସ୍‌ରେ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷାରେ କୃତକାର୍ଯ୍ୟ ହେବା ପାଇଁ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି।

ସମ୍ବନ୍ଧିତ ଖବର