ଭାରତ ପାଇଁ ଆବଶ୍ୟକ ୧୦ ଲକ୍ଷ କୋଟି ଡଲାର ପ୍ୟାକେଜ୍: ଅରବିନ୍ଦ

ନୂଆଦିଲ୍ଲୀ : କରୋନା ଭୂତାଣୁ ପ୍ରଭାବରେ ଅଭିବୃଦ୍ଧି ବିଯୁକ୍ତ ଆଡ଼କୁ ଗତି କରିବ। ଏହାର ପ୍ରଭାବକୁ କମ୍ କରିବା ଲାଗି ସରକାର ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିବା ଦରକାର। ବିଭିନ୍ନ ଉତ୍ସରୁ ଅର୍ଥ ଯୋଗାଡ଼ କରି ୧୦ ଲକ୍ଷ କୋଟି ଡଲାରର ପ୍ୟାକେଜ୍ ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି ଦେଶର ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣିଅନ୍‌ କହିଛନ୍ତି। ଇଣ୍ଡିଆନ ଏକ୍ସପ୍ରେସ୍‌ ଇ-ଆଡ୍ଡାରେ ଯୋଗ ଦେଇ ସେ କହିଛନ୍ତି ଯେ ଏହି ସଙ୍କଟମୟ ସମୟରେ ଗରିବ ଲୋକମାନଙ୍କୁ ସାହାଯ୍ୟ କରିବା ଲାଗି ଖାଦ୍ୟ ଏବଂ ନଗଦ ରାଶି ବିତରଣ ଉପରେ ଗୁରୁତ୍ବ ଦେବାକୁ ହେବ। ସୁବ୍ରମଣିଅନ କହିଛନ୍ତି ଯେ, ଇନ୍ଧନ ଓ ଖାଦ୍ୟ ପଦାର୍ଥ ଦାମ୍ କମ୍ ରହିଥିବା ବେଳେ ମୁଦ୍ରା ଭଣ୍ଡାରରେ ବିପୁଳ ପରିମାଣର ଅର୍ଥ ରାଶି ଥିବାରୁ ମୁଦ୍ରାସ୍ଫୀତି ବେଲଗାମ ହୋଇପଡ଼ିବାର ଚିନ୍ତା ନକରି ଭାରତ ସରକାର ବଡ଼ ଧରଣର ପ୍ୟାକେଜ୍ ପ୍ରସ୍ତୁତ କରିବା ଉପରେ ଗୁରୁତ୍ବ ଦେବା ଉଚିତ।

ସମ୍ବନ୍ଧିତ ଖବର