ଆର୍‌ ସି ପ୍ଲାଷ୍ଟୋର ନୂଆ ଉତ୍ପାଦ

ଭୁବନେଶ୍ୱର: ଆର୍‌ ସି ପ୍ଲାଷ୍ଟୋ ଟ୍ୟାଙ୍କସ୍‌ ଆଣ୍ଡ ପାଇସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ନୂଆ ଉତ୍ପାଦ ଓ୍ଵାଲ୍‌ ହଙ୍ଗ୍‌ ସିଷ୍ଟର୍ଣ୍ଣକୁ ଉନ୍ମୋଚନ କରାଯାଇଛି। ଏହା ପାଣି ଅପଚୟକୁ ରୋକିବ ଏବଂ ପାଣି ସମ୍ପର୍କିତ ଅନ୍ୟାନ୍ୟ ସମସ୍ୟାର ସମାଧାନ କରିବ। ଏହା ପାଣିର ଫ୍ଲସିଙ୍ଗ ମାତ୍ରାକୁ କମ୍‌ କରିବ। ଏହା ଜରିଆରେ ଆବଶ୍ୟକତାଠାରୁ କମ୍‌ ଏବଂ ଅଧିକ ପାଣି ଫ୍ଲସ୍‌ କରାଯାଇପାରିବ। ଏହା ୪/୮ ଲିଟର କ୍ଷମତା ସହିତ ବଜାରରେ ଉପଲବ୍ଧ ହୋଇଛି। ଏହା ଦେଖିବାକୁ ବହୁତ ସୁନ୍ଦର ଏବଂ ସ୍ଲିମ୍‌ ହୋଇଥିବାରୁ ବାଥରୁମ୍‌ର ସୌନ୍ଦର୍ଯ୍ୟ ବଢ଼ାଇବାରେ ଏହା ସହାୟକ ହେବ। ଏହାକୁ ଅତି ସହଜରେ ଫିଟିଙ୍ଗ କରାଯାଇପାରିବ। ଏହି ସିଷ୍ଟର୍ଣ୍ଣର ମୂଲ୍ୟ ମଧ୍ୟ ସୁଲଭ ରଖାଯାଇପାରିବ। ଏହା ସମସ୍ତ ପ୍ଲାଷ୍ଟୋ ଡିଲରସିପ୍‌ରେ ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର