କର୍ମଚାରୀଙ୍କ ସମେତ ସେମାନଙ୍କ ପରିବାର ସଦସ୍ୟଙ୍କୁ ମିଳିବ ୩୦କୋଟି ଟଙ୍କା: ଏରିସ ଗ୍ରୁପ

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ରାଷ୍ଟ୍ର (ୟୁଏଇ)ରେ ଥିବା ଏକ ଭାରତୀୟ କମ୍ପାନି ନିଜର ୨୫ବର୍ଷ ପୂରା ହେବା ଅବସରରେ କର୍ମଚାରୀଙ୍କୁ ଉପହାର ଦେବା ପାଇଁ ଘୋଷଣା କରିଛି। ତେବେ କମ୍ପାନିର ଏହି ଉତ୍ସବ‌ରେ ‌କର୍ମଚାରୀଙ୍କ ସମେତ ସେମାନଙ୍କ ସ୍ତ୍ରୀ, ପିଲା, ବାପା ଓ ମା’ଙ୍କୁ ସାମିଲ କରାଯାଇଛି।

ଏରିସ ଗ୍ରୁପ କମ୍ପାନିର ୨୫ବର୍ଷ ପୂର୍ତ୍ତି ଅବସରକୁ ଧୁମଧାମରେ ପାଳନ କରାଯିବା ପାଇଁ  ଯୋଜନା ଚାଲିଛି।  ଏଥିପାଇଁ ଭାରତରୁ ୨୫ଜଣ କର୍ମଚାରୀଙ୍କୁ ସଂଯୁକ୍ତ ଆରବ ରାଷ୍ଟ୍ର ପଠାଯାଇଛି। କମ୍ପାନିର ସିଇଓ ସୋହନ ରଏ ନିଜର କର୍ମଚାରୀଙ୍କ ପାଇଁ ‘ସିଲଭର ଜୁବଲି ଉପହାର’ର ଘୋଷଣା କରିଛନ୍ତି।  ଏହି ଅବସରରେ କର୍ମଚାରୀ ଓ ତାଙ୍କ ପରିବାରକୁ ଉପହାର ବାବଦକୁ ୩୦କୋଟି ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଉଛି।  ଏହି ଉପହାର ବାଣ୍ଟିବାକୁ କମ୍ପାନି ଏକ ସ୍ବତନ୍ତ୍ର ଉପାୟକୁ ଆପଣାଇଛି।

ସିଇଓ ସୋହନ ରଏ କହିଛନ୍ତି, ‘ ଏହି ୨୫ବର୍ଷ ଧରି କର୍ମଚାରୀମାନେ ଆମର ସୁବିଧା ଓ ଅସୁବିଧାରେ ଛିଡ଼ା ହେବା ସହିତ ପ୍ରତ୍ୟେକ ପରିସ୍ଥିତିରେ ଆମ ସହିତ କାନ୍ଧରେ କାନ୍ଧ ମିଶାଇ କାମ କରିଛନ୍ତି। ତେଣୁ ସେମାନଙ୍କୁ ଏହି ସ୍ବତନ୍ତ୍ର ଉପହାର ଜରିଆରେ ଆମେ ଧନ୍ୟବାଦ ଜଣାଇବୁ।

ସେହିପରି କମ୍ପାନିରେ ଯେଉଁ କର୍ମଚାରୀମାନେ ତିନିବର୍ଷ ପୂରା କରିଛନ୍ତି। ସେହି କର୍ମଚାରୀଙ୍କ ଦରମା ଯେତିକି ହେବ ତାହାର ୨୫ ପ୍ରତିଶତ ସେମାନଙ୍କ ସ୍ତ୍ରୀଙ୍କୁ ଉପହାର ବାବାଦକୁ ଦିଆଯିବ। ଏହି ଟଙ୍କା କର୍ମଚାରୀମାନଙ୍କ ଧର୍ମପତ୍ନୀମାନଙ୍କ ଜମା ଖାତାକୁ ପଠାଇ ଦିଆଯିବ। ଏସବୁ କମ୍ପାନି କର୍ମଚାରୀ ଓ ସେମାନଙ୍କ ପରିବାରଲୋକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଦୃଷ୍ଟିରେ ରଖି ଆୟୋଜନ କରିଛି।’

ସମ୍ବନ୍ଧିତ ଖବର