ନୂଆଦିଲ୍ଲୀ: କରୋନା ବିରୋଧରେ ଲଢ଼ିବା ପାଇଁ କେନ୍ଦ୍ର ସରକାର ‘ଆରୋଗ୍ୟ ସେତୁ’ ଆପ୍ ଲଞ୍ଚ୍ କରିବା ପରେ ଏହାର ଚାହିଦା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଏହି ଆପ୍କୁ ସଫଳତା ମିଳିବା ପରେ ସରକାର ଏବେ ‘ଆରୋଗ୍ୟ ସେତୁ’ ରିଷ୍ଟବ୍ୟାଣ୍ଡ୍ ବାହାର କରିବାର ଯୋଜନା କରିଛନ୍ତି। ଦେଶବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ହଜାର ହଜାର ସଂଖ୍ୟକ ରିଷ୍ଟ୍ବ୍ୟାଣ୍ଡ୍ ତିଆରି କରିବା ଆରମ୍ଭ କରିଛନ୍ତି, ଯାହାକି ‘ଆରୋଗ୍ୟ ସେତୁ’ ସହ ଏମ୍ବେଡ୍ ହେବ।
ଏହି ବ୍ୟାଣ୍ଡ୍ କେବଳ କରୋନା ଆକ୍ରାନ୍ତଙ୍କ ପାଇଁ। ଏହା ଦ୍ବାରା ହସ୍ପିଟାଲ୍ କିମ୍ବା ଗୃହ କ୍ବାରାଣ୍ଟାଇନ୍ରେ ଥିବା ଆକ୍ରାନ୍ତଙ୍କ ଗତିବିଧିକୁ ଲକ୍ଷ କରିହେବ। ଏହି ସପ୍ତାହରେ ବ୍ରଡ୍କାଷ୍ଟ୍ ଇଞ୍ଜିନିୟରିଂ କନ୍ଷଲ୍ଟଟାଣ୍ଟ୍ ଇଣ୍ଡିଆ ବ୍ୟାଣ୍ଡ ପ୍ରସ୍ତୁତ କରି ଏମ୍ସ ଓ ଅନ୍ୟ ସରକାରୀ ହସ୍ପିଟାଲ୍କୁ ପ୍ରଦାନ କରିବ।
ଏହି ବ୍ୟାଣ୍ଡ୍ର ଡିଜାଇନିଂ ପାଇଁ ବ୍ରଡ୍କାଷ୍ଟ୍ ଇଞ୍ଜିନିୟରିଂ କନ୍ଷଲ୍ଟଟାଣ୍ଟ୍ ଇଣ୍ଡିଆ ବେଙ୍ଗାଲୁର ଏବଂ ଗୁରୁଗ୍ରାମସ୍ଥିତ ଷ୍ଟାଟ୍ସଅପ୍ରେ କାମ କରିବା ଆରମ୍ଭ କରିଦେଇଛି। କେବଳ ଆକ୍ରାନ୍ତ ନୁହେଁ, ଏହା ସ୍ବାସ୍ଥ୍ୟ କର୍ମୀଙ୍କ ସକାଶେ ମଧ୍ୟ କାମ କରିବ। ଚିକିତ୍ସିତ ସଂକ୍ରମିତଙ୍କ ଶରୀରର ତାପମାତ୍ରା ଓ ଲକ୍ଷ୍ୟଣ ବିଷୟରେ ବି ଏହି ବ୍ୟାଣ୍ଡ୍ ସ୍ବାସ୍ଥ୍ୟକର୍ମୀଙ୍କୁ ସୂଚନା ପ୍ରଦାନ କରିବ।
ଜଣେ ସଂକ୍ରମିତ ବ୍ୟକ୍ତି ନିକଟରେ ଅତି କମ୍ରେ ୧୦୦ ଜଣଙ୍କୁ ସଂକ୍ରମଣ କରାଇବାର ସାମର୍ଥ୍ୟ ରହିଛି। ସବୁ ଦିଗକୁ ଧ୍ୟାନ ଦିଆଯାଇ ଏହି ‘ଆରୋଗ୍ୟ ସେତୁ’ ରିଷ୍ଟ୍ ବ୍ୟାଣ୍ଡ୍ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।