ଆରୋଗ୍ୟ ସେତୁ ଆପ୍‌ରେ ବ୍ୟବସାୟ ପ୍ରତିଷ୍ଠାନ ପାଇଁ ସୁବିଧା

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକ ଯେଭଳି ସୁବିଧାରେ ସେମାନଙ୍କ କାରବାର ପୁଣି ଆରମ୍ଭ କରିପାରିବେ ସେଥିପାଇଁ ଆରୋଗ୍ୟ ସେତୁ ଆପ୍‌ରେ ନୂଆ ସୁବିଧା ସୁଯୋଗ ସାମିଲ କରାଯାଇଛି। ଏଥିରେ ଥିବା ଓପନ୍‌ ଏପିଆଇ ସେବା ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକୁ ଆରୋଗ୍ୟ ସେତୁ ଆପ୍ ବ୍ୟବହାରକାରୀଙ୍କ ସ୍ଥିତି ବିଷୟରେ ଅବଗତ କରିବ ଯାହାକୁ ସେମାନେ ୱାର୍କ ଫ୍ରମ୍ ହୋମ୍ ବ୍ୟବସ୍ଥାରେ ସାମିଲ କରିପାରିବେ।

ପଚାଶରୁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତ କରିଥିବା ଯେକୌଣସି ସଂସ୍ଥା ଓପନ୍ ଏପିଆଇ ସେବାକୁ ବ୍ୟବହାର କରିପାରିବେ। ଏହା ଜରିଆରେ ସେମାନେ କର୍ମଚାରୀଙ୍କ ବାସ୍ତବ ସ୍ଥିତି ଓ ସେମାନଙ୍କ ସ୍ବାସ୍ଥ୍ୟ ବିଷୟରେ ଜାଣିପାରିବେ। ଓପନ୍ ଏପିଆଇ ପାଇଁ କେବଳ ଆରୋଗ୍ୟ ସେତୁର ମାନ୍ୟତା ଏବଂ ୟୁଜର୍ ନାମ ଦେବାକୁ ପଡ଼ିବ। ଅନ୍ୟ କୌଣସି ବ୍ୟକ୍ତିଗତ ତଥ୍ୟ ହାସଲ କରିବା ଦରକାର ପଡ଼ିବ ନାହିଁ। ଯେଉଁ ବ୍ୟବସାୟିକ ପ୍ରତିଷ୍ଠାନ ଏହି ସୁବିଧା ପାଇବାକୁ ଚାହୁଛନ୍ତି ସେମାନେ openapi.aarogyasetu.gov.in. ରେ ପଞ୍ଜୀକରଣ କରିପାରିବେ। ଆରୋଗ୍ୟ ସେତୁ ଆପ୍ ଦେଶରେ ୩୦,୦୦୦ ଅଧିକ କୋଭିଡ୍ ହଟ୍‌ସ୍ପଟ୍ ଚିହ୍ନଟ କରିବାରେ ସହାୟକ ହୋଇଛି।

ସମ୍ବନ୍ଧିତ ଖବର