ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ବିପଦ ସଂପର୍କରେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୂର୍ଣ୍ଣକାଳୀନ ପ୍ରଯୁକ୍ତି ଭୂମିକାରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ୫ ପ୍ରତିଶତ ଚାକିରି ଆସନ୍ତା ୪ରୁ ୫ ବର୍ଷ ପର୍ଯ୍ୟନ୍ତ ଏଆଇ ନେଇଯିବ। ଇକୋନୋମିକ ଟାଇମ୍ସର ଏକ ରିପୋର୍ଟରୁ ଏ‌ହା ଜଣାଯାଇଛି। ତେବେ ଷ୍ଟ୍ରାଟେଜିକ୍ ଏବଂ ଡିସିସନ ମେକିଂ କାର୍ଯ୍ୟରେ ନିୟୋଜିତ ଅଧିକାରୀମାନଙ୍କ ଚାହିଦା ଅଧିକ ରହିବ। ସେହିଭଳି ଏଆଇ ଏଥିକ୍ସ ଏବଂ ସ‌ଷ୍ଟେନେବିଲିଟି ପ୍ରାକ୍ସିସ କ୍ଷେତ୍ରର ଚାକିରିର ଅଧିକ ଚାହିଦା ଦେଖାଦେବ ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ ଏଆଇକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଆଶା ଓ ଆଶଙ୍କା ସୃଷ୍ଟି ହୋଇଛି।