ମାଲାବାରରେ ଆର୍ଟିଷ୍ଟ୍ରି ଗହଣା ପ୍ରଦର୍ଶନୀ: ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ଆଉ ଦୁଇ ସୋ’ରୁମ

ଭୁବନେଶ୍ବର:ମାଲାବାର ଗୋଲଡ୍‌ ଆଣ୍ଡ୍ ଡାଇମଣ୍ଡ ପକ୍ଷରୁ ଭୁବନେଶ୍ବର ରୁପାଲି ଛକସ୍ଥିତ ସୋ’ରୁମ୍‌ରେ ସୁନା, ହୀରା ଏବଂ ମୂଲ୍ୟବାନ ପ୍ରସ୍ତରରେ ପ୍ରସ୍ତୁତ ଗହଣାର ଏକ ସ୍ବତନ୍ତ୍ର ପ୍ରଦର୍ଶନୀ ତଥା ବିକ୍ରି ଅଭିଯାନ ଆରମ୍ଭ ହୋଇଛି। ଆର୍ଟିଷ୍ଟ୍ରି ଗହଣା ସୋ’ ନାମରେ ଆରମ୍ଭ ହୋଇଥିବା ଉକ୍ତ ପ୍ରଦର୍ଶନୀରେ ମୁଖ୍ୟ ଅତିଥି ଭାବେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଯୋଗଦେଇ ଉଦ୍‌ଘାଟନ କରିଛନ୍ତି। ସର୍ବ ଭାରତୀୟ ସ୍ତରର ଡିଜାଇନର୍‌ ଗହଣା ଏଠାରେ ପ୍ରଦର୍ଶନ କରାଯାଇଛି। ଦକ୍ଷ ଏବଂ କୁଶଳୀ କାରିଗରଙ୍କ ଦ୍ବାରା ନିର୍ମିତ ଆକର୍ଷଣୀୟ ଗହଣା ଓଡ଼ିଶାର ଗ୍ରାହକଙ୍କ ଦ୍ବାରା ବେଶ୍‌ ଆଦ୍ରୁତ ହେବ ବୋଲି ଆଶା ରଖାଯାଇଛି। ୩୦୦ରୁ ୪୦୦ ଗ୍ରାମ ପର୍ଯ୍ୟନ୍ତ ଓଜନର ହୀରା ଏବଂ ମୂଲ୍ୟବାନ ପ୍ରସ୍ତରରେ ପ୍ରସ୍ତୁତ ହାର ପ୍ରଦର୍ଶନୀରେ ଉପଲବ୍ଧ କରାଯାଇଛି। କମ୍ପାନିର ହୀରା ଗହଣା -ମାଇନ୍‌, ଅନକଟ୍ ହୀରା ଗହଣା-ଇରା, ମୂଲ୍ୟବାନ ପ୍ରସ୍ତର ଗହଣା-ପ୍ରିସିଆ, ହାତତିଆରି ଗହଣା-ଏଥନିକ୍ସ, ଭାରତର ଐତିହ୍ୟ ଗହଣା-ଡିଭାଇନ, ପିଲାଙ୍କ ଗହଣା-ଷ୍ଟାରଲେଟ୍‌ ଏବଂ ଯୁବବର୍ଗଙ୍କ ଗହଣା-‌ଜୋଲ୍‌ ଅଧୀନରେ ଏଠାରେ ପ୍ରଦର୍ଶିତ ହେଉଛି। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ୯ ଦିନ ପାଇଁ ଉକ୍ତ ପ୍ରଦର୍ଶନୀ ଚାଲିବ। ଏଥିସହିତ ସୋ’ରୁମ୍ ପକ୍ଷରୁ ୱେଡିଂ ଆଡଭାନ୍ସ ପର୍ଚେଜ ସ୍କିମ୍ ମଧ୍ୟ ଘୋଷଣା କରାଯାଇଛି। ‌ମୋଟ କ୍ରୟ ମୂଲ୍ୟର ୫ ପ୍ରତିଶତ ଅଗ୍ରିମ ଆକାରରେ ଦେଇ ଗ୍ରାହକମାନେ ସୁନା ଦର ମୂଲ୍ୟ ବୃଦ୍ଧିରୁ ଏଥିରେ ସୁରକ୍ଷା ପାଇପାରୁଛନ୍ତି। ଏହି ପ୍ରଦର୍ଶନୀ ଉଦ୍‌ଘାଟନ ଅବସରରେ ଷ୍ଟୋର୍‌ ମୁଖ୍ୟ ମିଃ ଅଶନାଫ ଏବଂ ମାର୍କେଟିଂ ମ୍ୟାନେଜର ସିଦ୍ଧେଶ୍ବର ରଥ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ମାର୍ଚ୍ଚ ସୁଦ୍ଧା ଭୁବନେଶ୍ବରର ପଟିଆ ଏବଂ କଟକରେ ମାଲାବାରର ଦୁଇଟି ସୋ’ରୁମ୍ ଖୋଲିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର