ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ସଚିବ ସ୍ତରରେ ଏକ ଅଦଳବଦଳ କରିଛନ୍ତି। ଏଥିରେ ଆର୍ଥିକ ବ୍ୟାପାର ସଚିବ ଥିବା ତରୁଣ ବଜାଜ୍ଙ୍କୁ ରାଜସ୍ବ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। କର୍ଣ୍ଣାଟକ ସରକାରରେ କାର୍ଯ୍ୟ କରୁଥିବା ୧୯୮୭ ବ୍ୟାଚ୍ ଆଇଏଏସ ଅଧିକାରୀ ଅଜୟ ସେଠ୍ଙ୍କୁ ଆର୍ଥିକ ବ୍ୟାପାର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବଜାଜ୍ଙ୍କ ନିଯୁକ୍ତିକୁ ମଞ୍ଜୁରି ପ୍ରଦାନ କରିଛି ବୋଲି କାର୍ମିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏଥିସହିତ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟରେ ସ୍ବତନ୍ତ୍ର ସଚିବ ତଥା ଆର୍ଥିକ ଉପଦେଷ୍ଟା ଥିବା ଅଲି ରାଜା ରିଜ୍ଭିଙ୍କୁ ସାଧାରଣ ଉଦ୍ୟୋଗ ବିଭାଗର ସଚିବ ଭାବେ ନିଯୁକ୍ତି ଦିଆଯାଇଛି।
ତରୁଣ ବଜାଜ୍ ନୂଆ ରାଜସ୍ବ ସଚିବ
/sambad/media/post_attachments/wp-content/uploads/2021/04/arun-bajaj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)