ଭୁବନେଶ୍ୱର: ଟାଟା ଷ୍ଟିଲ ଗୋପାଳପୁର ପ୍ରକଳ୍ପର ଉପସଭାପତି ଓ ଟାଟା ଷ୍ଟିଲ ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ରର ପରିଚାଳନା ନିର୍ଦ୍ଦେଶକ ଅରୁଣ ମିଶ୍ରଙ୍କୁ ୨୦୧୮-୧୯ ବର୍ଷ ପାଇଁ ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି। ସେହିପରି ଆଦାନୀ ଧାମରା ପୋର୍ଟ କମ୍ପାନି ଲିମିଟେଡ଼ର ସିଇଓ ସୁବ୍ରତ ତ୍ରିପାଠୀ ପରିଷଦର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ଼ର ଆବାସିକ ନିର୍ଦ୍ଦେଶକ ଏସ୍ ଏସ୍ ଉପାଧ୍ୟୟ ଓ ବ୍ରାହ୍ମଣୀ ରିଭର ପେଲେଟସ୍ ଲିମିଟେଡ଼ର ପରିଚାଳନା ନିର୍ଦ୍ଦେଶକ ଜି ଭି କିରଣ ଯଥାକ୍ରମେ ସିଆଇଆଇ ଉତ୍ତର ଓଡ଼ିଶା ଆଞ୍ଚଳିକ ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।
ଅରୁଣ ମିଶ୍ର ସିଆଇଆଇ ଓଡ଼ିଶାର ନୂଆ ଅଧ୍ୟକ୍ଷ
/sambad/media/post_attachments/wp-content/uploads/2018/03/Arun-misra-430x330.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)