ଅରୁନ୍ଧତୀ ଜୁଏଲର୍ସର ‘ଦି ଗ୍ରାଣ୍ଡ୍‌ େଓ୍ଵଡିଂ ବୋନାଞ୍ଜା’ ଅଫର୍‌

ଭୁବନେଶ୍ୱର: ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ବିବାହ ଉପଲକ୍ଷେ ‘ଦି ଗ୍ରାଣ୍ଡ୍‌ େଓ୍ଵଡିଂ ବୋନାଞ୍ଜା’ ନାମରେ ଆକର୍ଷଣୀୟ ଅଫର୍‌ ଆରମ୍ଭ କରାଯାଇଅଛି। ଏହି ଅଫର ମାଧ୍ୟମରେ ଗ୍ରାହକମାନେ ୫% ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌ ରିହାତି ସୁନା ମୂଲ୍ୟ ଉପରେ ଏବଂ ୫ଟି ପର୍ଯ୍ୟନ୍ତ ମାଗଣା ସ୍ୱର୍ଣ୍ଣମୁଦ୍ରା ପାଇପାରିବେ। ଡିସେମ୍ବର ୩୧ ମଧ୍ୟରେ କ୍ରୟ କରିଥିବା ଗ୍ରାହକମାନଙ୍କ ମଧ୍ୟରୁ ଲକି ଡ୍ର ମାଧ୍ୟମରେ ୧୫ଜଣ ଲକ୍ଷପତି ହେବାର ସୁଯୋଗ ବି ରହିଛି। ଏହା ସହିତ ରୁପା ଗହଣା ଗଢା ମଜୁରୀ ଉପରେ ୫୦% ପର୍ଯ୍ୟନ୍ତ ରିହାତି ଏବଂ ହୀରା ଗହଣାର ଏମ୍‌ଆର୍‌ପି ଉପରେ ୨୦% ପର୍ଯ୍ୟନ୍ତ ରିହାତି ଦିଆଯାଉଅଛି। ଏହାବ୍ୟତୀତ କମ୍ପାନି ତରଫରୁ ସୁନାଗହଣା ଉପରେ ମାଗଣା ବୀମା, ସୁନାର ମାନ ଓ ଶୁଦ୍ଧତା ଯାଞ୍ଚ ଏବଂ ସୁନାଗହଣାର ଉଚିତ୍‌ ମୂଲ୍ୟ ପାଇବା ପାଇଁ ଗୋଲ୍ଡ ଟେଷ୍ଟିଙ୍ଗ ମେସିନ୍‌ ଏବଂ ଗହଣା ଉପରେ ଲାଇଫ୍‌ ଟାଇମ୍‌ ମାଗଣା ରିପେୟାର ସେବା ସହ ଲୟାଲିଟି ପ୍ରୋଗ୍ରାମ ଅନ୍ତର୍ଗତ ବିଭିନ୍ନ ପ୍ରକାରର ପୁରସ୍କାର ରଖାଯାଇଅଛି ବୋଲି ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେରଙ୍କ ସୂତ୍ରରୁ ଜଣାଯାଇଛି।

ସମ୍ବନ୍ଧିତ ଖବର